ଓଡ଼ିଆବିଜେଡିରେ ହେବ ସାଂଗଠନିକ ପରିବର୍ତ୍ତନ, ସବୁ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କୁ ହଟାଇଲେ ନବୀନ
ଭୁବନେଶ୍ୱର – ବିଜେଡିରେ ବ୍ୟାପକ ସାଂଗଠନିକ ପରିବର୍ତ୍ତନ ହେବ । ଦଳର ସବୁ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କୁ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହଟାଇ ଦିଆଯାଇଛି। ଖୁବ୍ ଶୀଘ୍ର ନୂଆ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯିବ । ତେବେ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାମାନେ ନିଜ ନିଜର ପଦ ବଜାୟ ରଖିବେ । ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହାଛଡା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପିଆର ଓ [...]
ଓଡ଼ିଆରଥେ ତୁ ବାମନଂ ଦୃଷ୍ଟ, ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
ଆଜି ଜଗତର ନାଥ ଜଗନ୍ନାଥ ମହାପ୍ରଭୂଙ୍କର ପବିତ୍ର ରଥଯାତ୍ରା । ଏହି ଯାତ୍ରା ରଥଯାତ୍ରା ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା l ପୁରୀ ତଥା ଦେଶ ବିଦେଶରେ ପ୍ରାୟ ୬୦ରୁ ଅଧିକ ସ୍ଥାନରେ ଏହା ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଦିନ ପାଳିତ ହୋଇଥାଏ । [...]
ଓଡ଼ିଆପ୍ରଥମ ଟି-୨୦: ଜିମ୍ବାୱେଠୁ ହାରିଲା ବିଶ୍ବ ଚାମ୍ପିୟନ ଭାରତ
ହରାରେ: ବିଶ୍ବ ଚାମ୍ପିୟନ ଭାରତ ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେ ଠାରୁ ହାରିଯାଇଛି । ଶନିବାର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଇଥିବା ଏହି ମ୍ୟାଚରେ ଯୁବ ଭାରତୀୟ ଦଳକୁ ୧୩ ରନରେ ହରାଇଛି ଜିମ୍ବାୱେ । ଜିମ୍ବାୱେ ଦେଇଥିବା ୧୧୬ ରନର ଟାର୍ଗେଟକୁ ଚେଜ୍ କରିପାରିନଥିଲା ଭାରତ । ଏହି ମାମୁଲି ବିଜୟଲକ୍ଷ୍ୟ ଜବାବରେ ଭାରତ ୧୯.୫ ଓଭରରେ ୧୦୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଜିମ୍ବାୱେର ଏହି ଚମତ୍କାର ବିଜୟରେ ଅଧିନାୟକ ସିକନ୍ଦର ରଜା ଏବଂ [...]
ସବୁ ସଚିବମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ : ନିର୍ବାଚନ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ

ଓଡ଼ିଆସବୁ ସଚିବମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ : ନିର୍ବାଚନ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଖାରବେଳ ଭବନଠାରେ ସବୁ ସଚିବ ମାନଙ୍କ ବୈଠକରେ ଯୋଗ ଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସରକାରଙ୍କ ଲକ୍ଷ୍ୟ ହାସଲ ଦିଗରେ ପ୍ରଶାସନିକ କଳର ସହଯୋଗ ସେ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର [...]
ଓଡ଼ିଆଆଜିଠୁ ଭାରତ-ଜିମ୍ବାଓ୍ବେ ଟି୨୦ ସିରିଜ୍, ଯୁବ ଓ ନବାଗତ ଖେଳାଳିଙ୍କ ପାଇଁ ସୁଯୋଗ
ହରାରେ: ଭାରତ ଓ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭାରତର ଟି-୨୦ ବିଶ୍ଵକପ୍ ବିଜୟ ପରେ ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଏହି ଫର୍ମାଟରୁ ଅବସର ନେଇସାରିଛନ୍ତି। ତେଣୁ ଯୁବ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ଏହି ସିରିଜରେ ଖେଳିବ। ବିଶ୍ବକପ୍ ଦଳରେ ରିଜର୍ଭ ଖେଳାଳିଥିବା ଶୁବମନ ଗିଲ୍ ଆଗାମୀ ସିରିଜ ପାଇଁ ଭାରତୀୟ ଦଳର ନେତୃତ୍ଵ ନେବେ। ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ [...]
ଓଡ଼ିଆଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଓ ତେର ଦିନିଆ ଅଣସର ନୀତି
୫୩ ବର୍ଷ ପରେ ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ବା ରଥଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହାରେ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ହୋଇଥିଲା। ଏହି ବର୍ଷ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଟାଣି ସିଂହଦ୍ବାର ଚକଡ଼ାକୁ ନିଆଯାଇଥିଲା। ଏହି କ୍ରମରେ ଚଳିତ ବର୍ଷ ମହାପ୍ରଭୁଙ୍କ ନବଯୌବନ ବେଶ ହେବ କିନ୍ତୁ ସାଧାରଣ ଭକ୍ତମାନେ ଏହି ଦୁର୍ଲଭ ଦର୍ଶନ ରୁ ବଞ୍ଚିତ ହେବେ। [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସାଧୁ ସମାଜ ସଂଗ ମହିଦେବା । ଜନୁ ତନୁ ଧରେଂ କରହିଂ ସୁଖ ସେବା ॥ ସୋହନ ସାଥ ସୁଭଗ ସୁତ ଚାରୀ । ଜନୁ ଅପବରଗ ସକଳ ତନୁଧାରୀ ॥ ଭାବାର୍ଥ :- ମହାରାଜା ଦଶରଥଙ୍କ ସହିତ ଚାଲୁଥିବା ପରମ ହର୍ଷ ଯୁକ୍ତ ସାଧୁସନ୍ଥ ଓ ବ୍ରାହ୍ମଣମାନଙ୍କ ମଣ୍ଡଳୀର ଶୋଭା ଏପରି ଦିଶୁଥିଲା ଯେପରି ସମସ୍ତ ସୁଖ ସମୃଦ୍ଧି ଗୋଟିଏ ଶରୀର ଧାରଣ କରି ରାଜାଙ୍କ ସେବାରେ ନିୟୋଜିତ ଥିଲେ [...]
ଓଡ଼ିଆଗୀତା ଉପଦେଶ: ଭଗବାନ ସେହି ଜଠରାଗ୍ନି ଅଟନ୍ତି, ଯାହା ଖାଦ୍ୟ ପାଚନ କରିବାରେ ପ୍ରାଣୀଙ୍କୁ ସକ୍ଷମ କରାଏ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରତ୍ୟେକ ଶରୀର ର ପାଚକ ରସ ପୃଷ୍ଠଦେଶରେ ନିଜର ଶକ୍ତି ସମ୍ବନ୍ଧରେ କହୁଛନ୍ତି :- ଅହଂ ବୈଶ୍ୱାନରୋ ଭୂତ୍ୱା ପ୍ରାଣିନାଂ ଦେହ ମାଶ୍ରିତଃ। ପ୍ରାଣାପାନସମାଯୁକ୍ତଃ ପଚାମ୍ୟନ୍ନଂ ଚତୁର୍ବିଧମ୍। ଅର୍ଥାତ ଜୀବନକୁ ସମସ୍ତ ଦିଗରୁ ଭଗବାନ ପୋଷଣ କରିଥାନ୍ତି । ପୃଥିବୀକୁ ବାସଯୋଗ୍ୟ କରିବା ପାଇଁ ସବୁ ପ୍ରକାରର ଆୟୋଜନ ସେ କରିଥାଆନ୍ତି । ବନସ୍ପତିର ପୋଷଣ ନିମନ୍ତେ ସେ ଚନ୍ଦ୍ରଙ୍କୁ ଶକ୍ତି ପ୍ରଦାନ କରନ୍ତି । ସେ ପାଚକ ରସ ହୋଇ ଆମ [...]
ଓଡ଼ିଆସୋରଡ଼ା: ଭ୍ୟାନ୍ ଓଲଟି ୧୩ ବଙ୍ଗୀୟ ପର୍ଯ୍ୟଟକ ଆହତ
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଖୁଣ୍ଟେଶ୍ବରୀ ମନ୍ଦିର ଘାଟି ରାସ୍ତାରେ ଆଜି ଅପରାହ୍ନରେ ଏକ ଭ୍ୟାନ୍ ଓଲଟି ୧୩ ଜଣ ବଙ୍ଗୀୟ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ଓ ଗୁରୁତର ସମସ୍ତେ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଅଞ୍ଚଳର ବାସିନ୍ଦା। ଏମାନେ କିଛି ଦିନ ତଳେ ଓଡ଼ିଶା ଆସି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲୁଥିଲେ। ଦୁଇ [...]
ଓଡ଼ିଆପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ନବୀନଙ୍କ ଶୋକ
ଭୁବନେଶ୍ୱର – ପୂର୍ବତନ ମନ୍ତ୍ରୀ ତଥା କାକଟପୁରର ପୂର୍ବତନ ବିଜେଡି ବିଧାୟକ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଜେଡି ସଭାପତି କହିଛନ୍ତି ଯେ, ସ୍ବର୍ଗତ ନାୟକ ବିଜୁ ବାବୁଙ୍କର ଘନିଷ୍ଠ ସହଯୋଗୀ ଥିଲେ। ଲୋକପ୍ରିୟ ଜନ ନେତା, ଦକ୍ଷ ପ୍ରଶାସକ ଓ ସଂଗଠକ ସହିତ ସାଧାରଣ ଜୀବନରେ ସ୍ୱଚ୍ଛତା ଓ ସାଧୁତା ପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ଶୋକବାର୍ତ୍ତାରେ କହିଛନ୍ତି ବିଜେଡି ସଭାପତି। [...]
