ଓଡ଼ିଆଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ ହେବ ସିଏଏ !
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବା ସମ୍ଭାବନା ରହିଛି। ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି କରୁଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଲୋକସଭା ନିର୍ବାଚନର ବହୁ ପୂର୍ବରୁ ‘ନାଗରିକତା ସଂଶୋଧନ ଆଇନ ୨୦୧୯’ ନିୟମ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ଅଧିକାରୀ ଜଣକ କହିଛନ୍ତି, ଖୁବ୍ ଶୀଘ୍ର ସରକାର ସିଏଏ ନେଇ ବିଜ୍ଞପ୍ତି ଜାରି କରିବାକୁ ଯାଉଛନ୍ତି। ବିଜ୍ଞପ୍ତି ଜାରି ହେବା ପରେ ଆଇନ [...]
ଓଡ଼ିଆଆଜି ବି ଇଡିରେ ହାଜର ହେବେ ନାହିଁ କେଜ୍ରିୱାଲ, ଆପ୍ କହିଲା ଗିରଫ ପାଇଁ ଚାଲିଛି ଷଡ଼ଯନ୍ତ୍ର
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୋଟିସକୁ ଏଡ଼ାଇ ଦେଇଛନ୍ତି। ଆଜି ସେ କେନ୍ଦ୍ରୀୟ ସଂସ୍ଥାରେ ହାଜର ହେବେ ନାହିଁ। ଇଡିକୁ କେଜ୍ରିୱାଲ ତାଙ୍କ ଜବାବ ପଠାଇଦେଇଛନ୍ତି। କେଜ୍ରିୱାଲଙ୍କ ଦଳ ଆପ୍ କହିଛି ଯେ ଅରବିନ୍ଦ କେଜ୍ରିୱାଲ ଇଡି ଅନୁସନ୍ଧାନରେ ସହଯୋଗ କରିବାକୁ ପ୍ରସ୍ତୁତ, କିନ୍ତୁ ତଦନ୍ତକାରୀ ସଂସ୍ଥାର ନୋଟିସ୍ ବେଆଇନ । ଆପ୍ କହିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଏକ [...]
ଓଡ଼ିଆଶୀତ କମିବା ସହ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି , ୫ ଓ ୬ ତାରିଖରେ ବର୍ଷା ସମ୍ଭାବନା
ଭୁବନେଶ୍ୱର – ରାଜ୍ୟରେ ଶୀତ କମିଛି । ରାତି ତାପମାତ୍ରାରେ ବୃଦ୍ଧି ହେଉଛି । ଏବେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଦେଖିବାକୁ ମିଳୁଛି ଘନ କୁହୁଡିର ଆସ୍ତରଣ। ଆଜି ସକାଳୁ ସକାଳୁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ହୋଇଛି। ଭିଜିବିଲିଟି ଅନେକ ସ୍ଥାନରେ ୫୦ ମିଟରକୁ ହ୍ରାସ ପାଇଛି। ଏଣେ ଆସନ୍ତା ୫ ଏବଂ ୬ ତାରିଖ ଆଡ଼କୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ [...]
ଓଡ଼ିଆଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଚାରିଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ – ଆଜି ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ପରେ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ [...]
ଓଡ଼ିଆବଲାଙ୍ଗୀରବାସୀ ପାଇବେ ନୂଆବର୍ଷ ଉପହାର, ଆଜି ଲୋୟର ସୁକତେଲ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର -ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଲାଙ୍ଗୀରବାସୀଙ୍କୁ ଦେବେ ନୂଆବର୍ଷ ଭେଟି । ବଲାଙ୍ଗୀରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ଜଳ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଏଥିସହ ୩୦୫ କୋଟି ଟଙ୍କା ବିନିଯୋଗରେ ୬୯ଟି ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ୨ ହଜାର ୨୨୦ କୋଟି ଟଙ୍କାରେ ୧୧୨ଟି ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା [...]
ଓଡ଼ିଆପ୍ରକୃତିର ବୈଚିତ୍ରତା ମଧ୍ୟରେ ରହିଛି ଦେଢ଼ଶୁର-ଭାଇବୋହୂ ଭୀମ ପାହାଡ଼
କୁହାଯାଏ ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ, କିର୍ତ୍ତିରାଜି ଓ ମନୋଲୋଭା ପର୍ଯ୍ୟଟନସ୍ଥଳିରେ ଭରପୁର ବୌଦ୍ଧ ଜିଲ୍ଲା । ଏହି ଜିଲ୍ଲାର କୋଣ ଅନୁକୋଣରେ ରହିଛି ମନ ମୋହିନେଲା ଭଳି ଅନେକ ସ୍ଥାନ । ଆଉ ସେଥିମଧ୍ୟମରୁ ଗୋଟିଏ ହେଲା ଦେଢ଼ଶୂର-ଭାଇବୋହୂ ଭୀମ ପାହାଡ଼ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଉମା ପଞ୍ଚାୟତ ରେଘାମୁଣ୍ଡା ରେ ରହିଛି ଏହି ଦେଢ଼ଶୂର-ଭାଇବୋହୂ ଭୀମ ପାହାଡ଼ । ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ପୌରାଣିକ ଗାଥା [...]
ଓଡ଼ିଆଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁନୁ ଗିରିଜା ହରିଚରିତ ସୁହାଏ । ବିପୁଲ ବିସଦ ନିଗମାଗମ ଗାଏ ॥ ହରି ଅବତାର ହେତୁ ଜେହି ହୋଈ । ଇଦମିତ୍ଥଂ କହି ଜାଇ ନ ସୋଈ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ଶୁଣ, ସମସ୍ତ ବେଦ ଶାସ୍ତ୍ରାଦିରେ ଶ୍ରୀହରିଙ୍କର ସୁନ୍ଦର ରୂପେ ବିସ୍ତ୍ରୁତ ନିର୍ମଳ ଚରିତ୍ରର ଗାନ କରାଯାଇଛି । ଶ୍ରୀହରି ଙ୍କର ଅବତାର ଯେଉଁ କାରଣରୁ ହୋଇଥାଉ ନା କାହିଁକି, ତାହାକୁ [...]
ଓଡ଼ିଆଗୀତା ଉପଦେଶ: ସମସ୍ତ ବ୍ୟକ୍ତିଙ୍କ ପ୍ରତ୍ୟେକ ଇନ୍ଦ୍ରିୟ ନିଜ ମନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ୟାନ ଯୋଗ ସମ୍ବନ୍ଧରେ କହୁଛନ୍ତି : – ସଂକଳ୍ପପ୍ରଭବାନ୍କାମାଂସ୍ତ୍ୟକ୍ତ୍ୱା ସର୍ବାନଶେଷତଃ । ମନସୈବେନ୍ଦ୍ରିୟଗ୍ରାମଂ ବିନିୟମ୍ୟ ସମନ୍ତତଃ ।ା୨୪।। ଅର୍ଥାତ:- ସଂସାରର ଚିନ୍ତନରେ ଜାତ ସମସ୍ତ କାମନାକୁ ସମ୍ପୂର୍ଣ୍ଣରୂପେ ତ୍ୟାଗ କରି, ବ୍ୟକ୍ତି ମନ ଦ୍ୱାରା ନିଜର ସମସ୍ତ ଇନ୍ଦ୍ରିୟକୁ ସର୍ବତୋ ଭାବରେ ନିୟନ୍ତ୍ରିତ କରିବା ଉଚିତ ।
ଓଡ଼ିଆରଥଯାତ୍ରା ପାଇଁ ଅନୁଷ୍ଠିତ ହେଲା ରଥକାଠ ଗଛକଟା ଅନୁକୂଳ ପୂଜା
ନୟାଗଡ଼ – ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ କଟା ଅନୁକୂଳ ପୂଜାର୍ଚ୍ଚନା କରାଯାଇଛି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବଡ଼ରାଉଳ ପୀଠରେ ପାରମ୍ପରିକ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ୪ ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ଆଜ୍ଞାମାଳ, ମହାପ୍ରସାଦ , ମାହାର୍ଦ୍ଦ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ନେଇ ମା’ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପହଞ୍ଚିଥିଲେ । ନୟାଗଡ଼ ବନବିଭାଗ ସହାୟତାରେ ପ୍ରତିନିଧି ଦଳ ପୀଠରେ ପହଁଚିଥିଲେ । ଏହି [...]
ଓଡ଼ିଆଫେବ୍ରୁଆରୀ ୩ ତାରିଖରୁ ତିନିଦିନିଆ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ
ଭୁବନେଶ୍ବର – ଆସନ୍ତା ଫେବ୍ରୁଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା। ଏହି ସମ୍ମିଳନୀ ଯେପରି ସଫଳ ହେବ, ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବାରୋପ କରିଛନ୍ତି । ଏଥିପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି [...]
