ଓଡ଼ିଆଟି-୨୦ ବିଶ୍ୱକପ: ବୋଲର ଦେଲେ ରୋମାଞ୍ଚକ ବିଜୟ, ପାକିସ୍ତାନକୁ ୬ ରନରେ ହରାଇଲା ଭାରତ
ନ୍ୟୁୟର୍କ: ଟି-୨୦ ବିଶ୍ୱକପରେ ରବିବାର ଖେଳାଯାଇଥିବା ହାଇ ଭୋଲଟେଜ ମ୍ୟାଚରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ନାଟକୀୟ ବିଜୟ ହାସଲ କରିଛି । ଭାରତ ଏହି ଲୋ ସ୍କୋରିଂ ମ୍ୟାଚକୁ ୬ ରନରେ ଜିତିନେଇଛି । ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ବହୁ ପ୍ରତିକ୍ଷୀତ ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିବା ଭାରତ ୧୯ ଓଭରରେ ମାତ୍ର ୧୧୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୪୨ [...]
ବିଜେପି ବିଧାୟକ ଦଳ ନେତା ବାଛିବେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଆସିବେ ମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ

ଓଡ଼ିଆବିଜେପି ବିଧାୟକ ଦଳ ନେତା ବାଛିବେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଆସିବେ ମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ
ଭୁବନେଶ୍ୱର – ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବିଳମ୍ବିତ ହୋଇଛି। ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଆଜି ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର ଥିଲା । କିନ୍ତୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଏବେ ଜୁନ୍ ୧୨ରେ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ନବନିର୍ବାଚିତ ବିଜେପି ବିଧାୟକ ଦଳର ବୈଠକ ଆସନ୍ତାକାଲି ବସିବ ଓ ଏଥିରେ ସର୍ବସମ୍ମତିକ୍ରମେ କ୍ରମେ ନେତା ନିର୍ବାଚନ କରାଯିବ । ବିଧାୟକ ଦଳ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର [...]
ଓଡ଼ିଆକ୍ରମାଗତ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ରବିବାର ସନ୍ଧ୍ୟାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୋଦୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜବାହାରଲାଲ ନେହେରୁଙ୍କ ପରେ ମୋଦୀ ଦ୍ବିତୀୟ ନେତା ଭାବେ ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ମୋଦୀଙ୍କ ସହ ରାଜନାଥ ସିଂହ, ଅମିତ ଶାହା, ନିତିନ ଗଡକରୀ, ଜେପି ନଡ୍ଡା, ଶିବରାଜ [...]
ଓଡ଼ିଆସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ
ଭୁବନେଶ୍ୱର – ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ ନିଜର ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ, ପିଲାଟି ଦିନରୁ ଆଇଏଏସ ଅଫିସର ହୋଇ ଲୋକଙ୍କ ସେବା କରିବା ତାଙ୍କର ସ୍ୱପ୍ନ ଥିଲା । ଆଉ ମହାପ୍ରଭୁଙ୍କ କୃପାରୁ ସେହି ସ୍ୱପ୍ନ ସାକାର [...]
ଓଡ଼ିଆପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର – ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ବିଜେଡି ନେତା ତଥା କନ୍ଧମାଳର ପୂର୍ବତନ ଲୋକସଭା ସଦସ୍ୟ ଅଚ୍ୟୁତ ସାମନ୍ତ । ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ବି ଦୀର୍ଘ ୩୨ ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ଆହୁରି ବ୍ୟାପକ କରିବେ ବୋଲି ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି। ଏହାସହ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ଅଚ୍ୟୁତ ସାମନ୍ତ। ଗତକାଲି ନବୀନ ନିବାସରେ ବିଜେଡି ସଭାପତି [...]
ଓଡ଼ିଆଆସନ୍ତା ୧୭ରୁ ଖୋଲିବ ସ୍କୁଲ୍, ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ
ଭୁବନେଶ୍ୱର – ଗ୍ରୀଷ୍ମ ଅବକାଶ ପରେ ରାଜ୍ୟରେ ଚଳିତ ମାସ ୧୭ ତାରିଖରୁ ଖୋଲିବ ସମସ୍ତ ସ୍କୁଲ। ସ୍କୁଲ ଖୋଲିବାର ୭ ଦିନ ଆଗରୁ ସମସ୍ତ ପ୍ରସ୍ତୁତି ଶେଷ ହେବ । ଶ୍ରେଣୀ ଗୃହ,ଶୌଚାଳୟ ସବୁ ପରିଷ୍କାର କରିବାକୁ ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ପରିସର, ଶ୍ରେଣୀ ଗୃହ ଭଲ ଭାବେ ସଫାସୁତୁରା କରାଯିବ । ସ୍କୁଲ ପରିସରରେ ଅନାବନା ଘାସ କଟାଯିବ । ଏଥିସହ ମଧ୍ୟାହ୍ନ [...]
ଓଡ଼ିଆଦୁଇ ଦିନ ଘୁଞ୍ଚିଲା ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ
ଭୁବନେଶ୍ବର – ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଦୁଇ ଦିନ ଘୁଞ୍ଚିଛି । କୁହାଯାଉଥିଲା ଯେ, ଆସନ୍ତାକାଲି ନବନିର୍ବାଚିତ ବିଜେପି ବିଧାୟକ ଦଳର ନେତା ଘୋଷଣା ହେବା ପରେ ସଂଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏବେ କିନ୍ତୁ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ଜୁନ୍ ୧୦ ପରିବର୍ତ୍ତେ ୧୨ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡିଛି।
ଓଡ଼ିଆଟି-୨୦ ବିଶ୍ୱକପ୍ରେ ସର୍ବନିମ୍ନ ସ୍କୋର କଲା ଉଗାଣ୍ଡା, ୱେଷ୍ଟଇଣ୍ଡିଜ ୧୩୪ ରନରେ ବିଜୟୀ
ପ୍ରୋଭିଡେନ୍ସ: ଚଳିତ ଟି-୨୦ ବିଶ୍ୱକପ୍ର ରବିବାର ଅନୁଷ୍ଠିତ ଏକ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ ୧୩୪ ରନର ବିଶାଳ ବ୍ୟବଧାନରେ ଉଗାଣ୍ଡାକୁ ହରାଇଛି । ଓ୍ବେଷ୍ଟଇଣ୍ଡିଜ ପ୍ରଦତ୍ତ ୧୭୪ ରନର ବିଜୟ ଲକ୍ଷ୍ୟ ଜବାବରେ ଉଗାଣ୍ଡା ୧୨ ଓଭରରେ ମାତ୍ର ୩୯ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହା ଟି-୨୦ ବିଶ୍ୱକପ୍ ଇତିହାସରେ ଯୁଗ୍ମ ସର୍ବନିମ୍ନ ସ୍କୋର | ୱେଷ୍ଟଇଣ୍ଡିଜ ପକ୍ଷରୁ ସ୍ପିନର ଅକିଲ ହୁସେନ୍ ଯାଦୁକରୀ ପ୍ରଦର୍ଶନ ସହ ସର୍ବାଧିକ ୫ ୱିକେଟ୍ ନେଇଥିଲେ। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି [...]
ଓଡ଼ିଆପର୍ଯ୍ୟାୟକ୍ରମେ ରାଜ୍ୟରେ ସକ୍ରିୟ ହେବ ମୋୖସୁମୀ, ଗରମ ଓ ଗୁଳୁଗୁଳି ଜାରି
ଭୁବନେଶ୍ୱର – ରାଜ୍ୟର ଦକ୍ଷିଣାଞ୍ଚଳରେ ମୋୖସୁମୀ ବାୟୁ ପ୍ରବେଶ କରିଛି । ମାଲକାନଗିରିରେ ସକ୍ରିୟ ରହିଛି ମୋୖସୁମୀ ବାୟୁ। କିନ୍ତୁ ସାରା ରାଜ୍ୟରେ ମୋୖସୁମୀ ବ୍ୟାପି ନାହିଁ। ରାଜ୍ୟରେ ଗରମ ଓ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୨ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ପ୍ରଭାବ ରହିବ । ଆଜିଠୁ ୧୨ ତାରିଖ ପର୍ଯ୍ୟନ୍ତ ପଶ୍ଚିମ [...]
ଓଡ଼ିଆଟି-୨୦ ବିଶ୍ୱକପ: ଇଂଲଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ
ବାରବାଡୋସ: ଦିନିକିଆ ବିଶ୍ୱକପରେ ସପ୍ତମ ସ୍ଥାନରେ ରହିଥିବା ଇଂଲଣ୍ଡ ଚଳିତ ଟି-୨୦ ବିଶ୍ୱକପରେ ମଧ୍ୟ ଖରାପ ଆରମ୍ଭ କରିଛି। ବର୍ଷା ଯୋଗୁଁ ସ୍କଟଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ ଧୋଇଯିବା ପରେ ଦଳ ଦ୍ୱିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଠାରୁ ୩୬ ରନ୍ରେ ହାରିଯାଇଛି । ଏହି ପରାଜୟ ପରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବା ଆଶଙ୍କାରେ ରହିଛି। ସୁପର-୮ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ହେଲେ ଇଂଲଣ୍ଡକୁ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବ । ବାରବାଡୋସର [...]
