କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗଦେଲେ ସୁସ୍ମିତା ଦେବ | News Room Odisha

କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗଦେଲେ ସୁସ୍ମିତା ଦେବ

କୋଲକାତା: କଂଗ୍ରେସରୁ ଇସ୍ତଫା ଦେଇଥିବା ସୁସ୍ମିତା ଦେବ ସୋମବାର ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁସ୍ମିତା ଟିଏମସିରେ ସାମିଲ ହୋଇଛନ୍ତି । ଏହି ଅବସରରେ ଟିଏମସି ନେତା ଅଭିଷେକ ବାନାର୍ଜୀ ଏବଂ ସାଂସଦ ଡେରେକ ଓ’ବ୍ରାଏନ୍ ମଧ୍ୟ ଉପସ୍ଥିତ ଥିଲେ। ସୁସ୍ମିତା ଦେବ ମହିଳା କଂଗ୍ରେସର ଜାତୀୟ ଅଧ୍ୟକ୍ଷା ତଥା ପୂର୍ବତନ ସାଂସଦ ଥିଲେ। କଂଗ୍ରେସ ପାଇଁ ସୁସ୍ମିତା ଦେବଙ୍କ ଇସ୍ତଫା ଏକ ବଡ଼ ଝଟକା ବୋଲି କୁହାଯାଉଛି। ସେ ରବିବାର କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ।

former MP and Mahila Congress chief Sushmita DevSushmita DevTMC