ରାଜ୍ୟରେ ଆଉ ୪୬୭ ନୂଆ କୋରୋନା ପଜିଟିଭ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୪୬୭ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୪୬୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୭୨ ଓ ସ୍ଥାନୀୟ ଅଂଚଳରୁ ୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୬ ଜଣ ହେଉଛନ୍ତି ଶିଶୁ ଓ କିଶୋର । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩, କଟକରୁ ୩୬, ବାଲେଶ୍ୱରରୁ ୧୬, ସମ୍ବଲପୁରରୁ ୧୪, ରାୟଗଡାରୁ ୧୩, ଜଗତସିଂହପୁରରୁ ୧୩, ମୟୂରଭଞ୍ଜରୁ ୧୦, କେନ୍ଦ୍ରାପଡାରୁ ୯, ସୁନ୍ଦରଗଡରୁ ୮, ଯାଜପୁରରୁ ୮, ଭଦ୍ରକରୁ ୬, ବୌଦ୍ଧରୁ ୫, ପୁରୀରୁ ୫, ଢେଙ୍କାନାଳରୁ ୪, ଅନୁଗୁଳରୁ ୪, ଗଞ୍ଜାମରୁ ୨, ଝାରସୁଗୁଡାରୁ ୨, କେନ୍ଦୁଝରରୁ ୨, ବରଗଡରୁ ୧, ବଲାଙ୍ଗିରରୁ ୧, ନବରଙ୍ଗପୁରରୁ ୧, ସୁବର୍ଣ୍ଣପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୩୭ ହଜାର ୫୨୩ ଲୋକ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୨୪ ହଜାର ୪୨୨ କୋରୋନାକୁ ମାତ୍ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ ହଜାର ୭୪୭ ରହିଛି ।

COVID-19Odisha