ରାଜ୍ୟରେ ୪୪୧ ନୂଆ କୋରୋନା ମାମଲା | News Room Odisha

ରାଜ୍ୟରେ ୪୪୧ ନୂଆ କୋରୋନା ମାମଲା

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୫୩ ଓ ସ୍ଥାନୀୟ ଅଂଚଳରୁ ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୭୫ ଶିଶୁ ଓ କିଶୋର । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୫, କଟକରୁ ୩୭, ସମ୍ବଲପୁରରୁ ୧୮, ଜଗତସିଂହପୁରରୁ ୧୬, ଯାଜପୁରରୁ ୧୩, ସୁନ୍ଦରଗଡରୁ ୧୪, ଭଦ୍ରକରୁ ୧୩, ରାୟଗଡାରୁ ୧୦, ମୟୂରଭଞ୍ଜରୁ ୧୦, ପୁରୀରୁ ୭, ବାଲେଶ୍ୱରରୁ ୬, ଗଜପତିରୁ ୬, କେନ୍ଦ୍ରାପଡାରୁ ୫, ବରଗଡରୁ ୫, ବୌଦ୍ଧରୁ ୪, କୋରାପୁଟରୁ ୪, ଅନୁଗୁଳରୁ ୩, ଦେବଗଡରୁ ୩, ନୂଆପଡାରୁ ୩ , ବଲାଙ୍ଗିରରୁ ୨, ନୟାଗଡରୁ ୨, ଢେଙ୍କାନାଳରୁ ୧, କନ୍ଧମାଳରୁ ୧, କେନ୍ଦୁଝରରୁ ୧, ମାଲକାନଗିରିରୁ ୧, ନବରଙ୍ଗପୁରରୁ ୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମ ସମେତ ୪ଟି ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୩୭ ହଜାର ୯୬୪ ଲୋକଙ୍କୁ କୋରୋନା ସଂକ୍ରମିତ କରିଛି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୫ ହଜାର ୨୫ । ରାଜ୍ୟରେ ବର୍ତ୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ରହିଛି ୪ ହଜାର ୫୮୧ ।

COVID-19COVID-19 Positive Cases in Odisha