ଭାରତୀୟ ଜୁନିଅର ବିଶ୍ୱକପ୍ ହକି ଦଳରେ ଓଡିଶାର ତିନି ଖେଳାଳି | News Room Odisha

ଭାରତୀୟ ଜୁନିଅର ବିଶ୍ୱକପ୍ ହକି ଦଳରେ ଓଡିଶାର ତିନି ଖେଳାଳି

ଭୁବନେଶ୍ୱର – ଜୁନିଅର ବିଶ୍ୱକପ୍ ହକି ପାଇଁ ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ଓଡିଶାର ତିନି ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅଭିଷେକ ଲାକ୍ରା, ସୁଦୀପ ଚିରମାକୋ ଓ ସୁନୀଲ ଜୋଜୋ। କଳିଙ୍ଗ ହକି ଷ୍ଟାଡିୟମରେ ଆସନ୍ତା ୨୪ ତାରିଖଠାରୁ ଜୁନିଅର ବିଶ୍ୱକପ୍ ହକି ଆରମ୍ଭ ହେଉଛି। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜେତା ଭାରତୀୟ ଦଳର ସଦସ୍ୟ ଥିବା ବିବେକ ସାଗର ଜୁନିଅର ହକି ଦଳର ଅଧିନାୟକ ହୋଇଛନ୍ତି। ଭାରତୀୟ ହକି ଦଳ ଆଜି ଭୁବନେଶ୍ୱରରେ ପହଂଚିଛନ୍ତି।