କରୋନା ଗାଇଡଲାଇନ ଅନୁଯାୟୀ ୩୦ ରୁ ୨ ଯାଏ ସମଲେଇ ଦର୍ଶନ ବନ୍ଦ | News Room Odisha

କରୋନା ଗାଇଡଲାଇନ ଅନୁଯାୟୀ ୩୦ ରୁ ୨ ଯାଏ ସମଲେଇ ଦର୍ଶନ ବନ୍ଦ

ସମ୍ବଲପୁର: ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାଇ ଆସନ୍ତା ତା: ୩୦:୧୨:୨୦୨୧ ରୁ ୦୨: ୦୧: ୨୦୨୨ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ମା ସମଲେଶ୍ବରୀ ମନ୍ଦିର ରେ ଭକ୍ତ ମାନଙ୍କର ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ଦିନ ମାନଙ୍କରେ ମା ସମଲେଶ୍ବରୀ ଙ୍କର ରୀତିନୀତି ଓ ପୂଜାର୍ଚ୍ଚନା ବିଧି ଅନୁସାରେ ପୂଜକ ମାନଙ୍କ ଦ୍ୱାରା ସମ୍ପାଦିତ ହେବ। ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହା ସୂଚାଇ ଦିଆଯାଇଛି।

ରାଜ୍ୟ ସରକାର କିଛିଦିନ ତଳେ ଜାରି କରିଥିବା କଟକଣା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ନବବର୍ଷର ଦୁଇଦିନ ପୂର୍ବରୁ ମନ୍ଦିରରେ ଦେଶର ବିଭିନ୍ନ ପ୍ରାନ୍ତର ହଜାର ହଜାର ଭକ୍ତଙ୍କ ଭିଡ ହୋଇଥାଏ। ବିଶେଷ କରି ନବବର୍ଷରେ ମାଁଙ୍କ ଦର୍ଶନ ପାଇଁ ନାହିଁନଥିବା ଭିଡ ହୋଇଥାଏ। ତେଣୁ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ୪ ଦିନ ଧରି ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।