୧୦୦ ତଳେ ଦୈନିକ କୋରୋନା ସଂକ୍ରମଣ,୮୩ ନୂଆ ପଜିଟିଭ ଚିହ୍ନଟ | News Room Odisha

୧୦୦ ତଳେ ଦୈନିକ କୋରୋନା ସଂକ୍ରମଣ,୮୩ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୧୦୦ ତଳକୁ ଖସିଲା କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୮୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୨ ଜଣ ୧୮ ବର୍ଷରୁ କମ୍ ବୟସ୍କ ରହିଛନ୍ତି । ୪୯ ସଂଗରୋଧ କେନ୍ଦ୍ର ଓ ୩୪ ଜଣ ସ୍ଥାନୀୟ ଅଞ୍ଚଳର ରୁ ସଂକ୍ରମିତ ହୋଇଛନ୍ତି।
ଖୋର୍ଦ୍ଧାରୁ ୫ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧, ବାଲେଶ୍ବରରୁ ୪ , ବରଗଡରୁ ୧, ଭଦ୍ରକରୁ ୧, ବଲାଙ୍ଗୀରରୁ ୪, କଟକରୁ ୫, ଗଜପତିରୁ ୮, ଗଞ୍ଜାମରୁ ୨, ଯାଜପୁରରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧ କେନ୍ଦ୍ରାପଡାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୩, ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୬, ନୟାଗଡରୁ ୧, ନୂଆପଡାରୁ ୧, ପୁରୀରୁ ୧, ସମ୍ବଲପୁରରୁ ୧୨, ସୋନପୁରରୁ ୫, ସୁନ୍ଦରଗଡରୁ ୧୦ ଓ ଷ୍ଟେଟପୁଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬,୫୪୦ରେ ପହଞ୍ଚିଛି ।

COVID-19covid-19 Odisha