ଅଲାରିଗଡ଼ରେ ଛେରାପହଁରା କଲେ, ରଥ ଟାଣିଲେ ଗଞ୍ଜାମ ଜିଲ୍ଲାପାଳ | News Room Odisha

ଅଲାରିଗଡ଼ରେ ଛେରାପହଁରା କଲେ, ରଥ ଟାଣିଲେ ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର: ରାଜ୍ୟର ସର୍ବାଧିକ ଶ୍ରୀଜଗନ୍ନାଥ ମନ୍ଦିର ଥିବା ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ ପରେ ଯୁବ ଆଇଏଏସ୍ ଅଧିକାରୀ ଦିବ୍ୟଜ୍ୟୋତି ପରିଡ଼ା ପ୍ରଥମ କରି ରଥଯାତ୍ରାରେ ସାମିଲ ହୋଇଛନ୍ତି। ଶେରଗଡ଼ ବ୍ଲକର ଶତାଧିକ ବର୍ଷ ପ୍ରାଚୀନ ରଥଯାତ୍ରାରେ ଜଣେ ସେବକ ଭାବେ ନିଜକୁ ସାମିଲ କରିଛନ୍ତି ସେ। ଆଜି ସେ ଅଲାରିଗଡ଼ ରଥଯାତ୍ରାରେ ଠାକୁରଙ୍କ ସେବକ ରୂପେ ଛେରାପହଁରା କରିଥିଲେ। ଏହି ପୁରାତନ ଘୋଷଯାତ୍ରାରେ ଗୋଟିଏ ରଥରେ ତିନି ଠାକୁର ବିଜେ ହୋଇଥିଲେ। ସେହି ରଥକୁ ସାଧାରଣ ଶ୍ରଦ୍ଧାଳୁଙ୍କ ସହ ମିଶି ଟାଣିଥିଲେ ଜିଲ୍ଲାପାଳ ପରିଡ଼ା। ତାଙ୍କ ସହ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭି.କୀର୍ତ୍ତି ଭାସନ୍ ମଧ୍ୟ ସାମିଲ ହୋଇଥିଲେ। ଜିଲ୍ଲାର ଶାସନ ମୁଖ୍ୟ ପଦରେ ଆସୀନ ଶ୍ରୀ ପରିଡ଼ାଙ୍କ ଏଭଳି ଠାକୁର ସେବା ସ୍ଥାନୀୟ ଭକ୍ତଙ୍କ ମଧ୍ୟରେ ଆନନ୍ଦ ସୃଷ୍ଟି କରିଛି।