ଉଛୁଳୁଛି ମହାନଦୀ: ୬ ଜିଲ୍ଲାରେ ସ୍ଥିତି ଗମ୍ଭୀର | News Room Odisha

ଉଛୁଳୁଛି ମହାନଦୀ: ୬ ଜିଲ୍ଲାରେ ସ୍ଥିତି ଗମ୍ଭୀର

କଟକ- ବନ୍ୟା ଯୋଗୁଁ ଉଛୁଳୁଛି ମହାନଦୀ। ମହାନଦୀ ଓ ଶାଖା ନଦୀଗୁଡ଼ିକର ସ୍ଥିତି ଉଦବେଗଜନକ ରହିଛି । କଟକ ଜିଲ୍ଲାର ତଳିଆ ଅଞ୍ଚଳରେ ପାଣି ପଶିଲାଣି। ଜଗତ ସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ ଜିଲ୍ଲାରୁ ବି ସ୍ଥିତି ଗମ୍ଭୀର ରହିଛି । ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଛୋଟ ଛୋଟ ଘଳିଆ ଲୋକଙ୍କ ନିଦ ହଜାଇ ଦେଲାଣି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ଦେବୀ ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଉପକୂଳ ଓଡ଼ିଶାରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି।