ଉଛୁଳୁଛି ମହାନଦୀ: ୬ ଜିଲ୍ଲାରେ ସ୍ଥିତି ଗମ୍ଭୀର

କଟକ- ବନ୍ୟା ଯୋଗୁଁ ଉଛୁଳୁଛି ମହାନଦୀ। ମହାନଦୀ ଓ ଶାଖା ନଦୀଗୁଡ଼ିକର ସ୍ଥିତି ଉଦବେଗଜନକ ରହିଛି । କଟକ ଜିଲ୍ଲାର ତଳିଆ ଅଞ୍ଚଳରେ ପାଣି ପଶିଲାଣି। ଜଗତ ସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ ଜିଲ୍ଲାରୁ ବି ସ୍ଥିତି ଗମ୍ଭୀର ରହିଛି । ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଛୋଟ ଛୋଟ ଘଳିଆ ଲୋକଙ୍କ ନିଦ ହଜାଇ ଦେଲାଣି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ଦେବୀ ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଉପକୂଳ ଓଡ଼ିଶାରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି।

Comments are closed.