ପୂର୍ବତନ କୂଟନୀତିଜ୍ଞ ଅବସର ବେଉରିଆଙ୍କ ପରଲୋକ | News Room Odisha

ପୂର୍ବତନ କୂଟନୀତିଜ୍ଞ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ବର – ପୂର୍ବତନ ରାଷ୍ଟ୍ରଦୂତ, ଓ ଲେଖକ ଅବସର ବେଉରିଆଙ୍କର ପରଲୋକ ହୋଇଯାଇଛି । ୮୦ ବର୍ଷ ବୟସରେ ଆଖି ବୁଜିଛନ୍ତି ପୂର୍ବତନ କୂଟନୀତିଜ୍ଞ । ଅବସର ବେଉରିଆଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ନିଜର କୂଟନୀତିଜ୍ଞ କ୍ୟାରିୟରରେ ବେଉରିଆ ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, ମିଆଁମାର, ଶ୍ରୀଲଙ୍କା ଏବଂ ରୁଷରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ।