ପୂର୍ବତନ କୂଟନୀତିଜ୍ଞ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ବର – ପୂର୍ବତନ ରାଷ୍ଟ୍ରଦୂତ, ଓ ଲେଖକ ଅବସର ବେଉରିଆଙ୍କର ପରଲୋକ ହୋଇଯାଇଛି । ୮୦ ବର୍ଷ ବୟସରେ ଆଖି ବୁଜିଛନ୍ତି ପୂର୍ବତନ କୂଟନୀତିଜ୍ଞ । ଅବସର ବେଉରିଆଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ନିଜର କୂଟନୀତିଜ୍ଞ କ୍ୟାରିୟରରେ ବେଉରିଆ ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, ମିଆଁମାର, ଶ୍ରୀଲଙ୍କା ଏବଂ ରୁଷରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ।

Comments are closed.