ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ | News Room Odisha

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଗଜପତି – ଗଜପତି ଜିଲ୍ଲା ରାୟଗଡ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ଦିଲୀପ ସାହୁଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ଆସିଛି । ଆଜି ସକାଳୁ ଭିଜିଲାନ୍ସ ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିଛି । ବ୍ରହ୍ମପୁରର ୪ଟି, ଦିଗପହଣ୍ଡି, ପାରଳାଖେମୁଣ୍ଡି ସମେତ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ବ୍ରହ୍ମପୁରର ଗୋପବନ୍ଧୁ ନଗର, ଜ୍ୟୋତି ନଗର, ଦିଗପହଣ୍ଡିରେ ସେ କରିଥିବା ଏକ ଅଫିସ୍ ଚାମ୍ବର ରାୟଗଡ଼ ବ୍ଲକ କାର୍ଯ୍ୟାଳୟ ସରକାରୀ କ୍ୱାର୍ଟରରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।