ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଗଜପତି – ଗଜପତି ଜିଲ୍ଲା ରାୟଗଡ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ଦିଲୀପ ସାହୁଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ଆସିଛି । ଆଜି ସକାଳୁ ଭିଜିଲାନ୍ସ ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିଛି । ବ୍ରହ୍ମପୁରର ୪ଟି, ଦିଗପହଣ୍ଡି, ପାରଳାଖେମୁଣ୍ଡି ସମେତ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ବ୍ରହ୍ମପୁରର ଗୋପବନ୍ଧୁ ନଗର, ଜ୍ୟୋତି ନଗର, ଦିଗପହଣ୍ଡିରେ ସେ କରିଥିବା ଏକ ଅଫିସ୍ ଚାମ୍ବର ରାୟଗଡ଼ ବ୍ଲକ କାର୍ଯ୍ୟାଳୟ ସରକାରୀ କ୍ୱାର୍ଟରରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।

Comments are closed.