ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଆରଆଇ | News Room Odisha

ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଆରଆଇ

ବରଗଡ଼ -ଲାଞ୍ଚ ନେବାବେଳେ ଧରାପଡିଲେ ଆଉ ଜଣେ ସରକାରୀ ବାବୁ । ବରଗଡ଼ ଜିଲ୍ଲା ପଦ୍ମପୁର ଦହିତାର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନକ୍ସା ତିଆରି ପାଇଁ ଆରଆଇ ଦାମୋଦର ସୁନା ମୁଣ୍ଡୋମହୁଲ ଗାଁର ପ୍ରସନ୍ନ ବରିହା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲେ ଭିଜିଲାନ୍ସ କର୍ମଚାରୀ। ଆରଆଇ ଦାମୋଦର ୩ ହଜାର ୩ଶହ ଟଙ୍କା ଦାବି କରି ତାହା ଗ୍ରହଣ କରୁଥିଲା ବେଳେ ଭିଜିଲାନ୍ସ ଜାଲରେ ଫସିଥିଲେ ।