ଜିଏସଟି ଫାଙ୍କିବା ଅଭିଯୋଗ, ଶ୍ରୀ ବାଲାଜୀ ଟାଇଲ୍ସରେ ଚଢ଼ାଉ | News Room Odisha

ଜିଏସଟି ଫାଙ୍କିବା ଅଭିଯୋଗ, ଶ୍ରୀ ବାଲାଜୀ ଟାଇଲ୍ସରେ ଚଢ଼ାଉ

ବଲାଙ୍ଗିର: ଜିଏସଟି ଫାଙ୍କିବା ଅଭିଯୋଗରେ ବଲାଙ୍ଗିର ସହରର ଖଡ଼ଲପଡ଼ା ସ୍ଥିତ ଶ୍ରୀ ଵାଲାଜୀ ଟାଇଲ୍ସ ଉପରେ ଜିଏସଟି ବିଭାଗର ଚଢ଼ାଉ ହୋଇଛି । ଡେପୁଟି କମିଶନର କିଶୋର ଚନ୍ଦ୍ର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣିଆ ଟିମ ଦୋକାନ ମାଲିକ ଅଭିଷେକ ବଂସଲ ଠାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯିବା ସହିତ କରୁଛି।

ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଜିଏସଟି ଅଫିସର ରାଜେନ୍ଦ୍ର ନାଏକ, ଆସିସେଣ୍ଟ ଜିଏସଟି ଅଫିସର ସରୋଜ ବେରିହା, ଜିତେନ୍ଦ୍ର ବାଗ, ଶରତ ସେଠ, କ୍ଷୀରୋଦ ମାଝୀ ପ୍ରମୁଖ ସହଯୋଗ କରିଥିଲେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବଲାଙ୍ଗିର ପୋଲିସ ମୁତୟନ ରହିଥିଲେ ।