ଜାତୀୟସ୍ତରୀୟ ପଦବୀରେ ଆଉ ଜଣେ ଓଡ଼ିଆ: ଚିତ୍ତରଞ୍ଜନ ତ୍ରିପାଠୀ ଏନଏସଡିର ନିର୍ଦ୍ଦେଶକ | News Room Odisha

ଜାତୀୟସ୍ତରୀୟ ପଦବୀରେ ଆଉ ଜଣେ ଓଡ଼ିଆ: ଚିତ୍ତରଞ୍ଜନ ତ୍ରିପାଠୀ ଏନଏସଡିର ନିର୍ଦ୍ଦେଶକ

ଭୁବନେଶ୍ୱର – ଆଉ ଜଣେ ଓଡ଼ିଆ ପୁଅଙ୍କୁ ମିଳିଛି ଜାତୀୟସ୍ତରୀୟ ପଦବୀ । ଅଭିନେତା, ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା – ଏନଏସଡିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହି ସମ୍ମାନଜନକ ପଦବୀ ପାଇବାରେ ଚିତ୍ତରଞ୍ଜନ ହେଉଛନ୍ତି ପ୍ରଥମ ଓଡ଼ିଆ।
ଚାନ୍ଦବାଲି ଏନଏସି ଅନ୍ତର୍ଗତ ବରେହିଁପୁରରେ ଚିତ୍ତରଞ୍ଜନଙ୍କ ଘର। ଉଭୟ ବଲିଉଡ୍ ଏବଂ ଓଲିଉଡରେ ଚିତ୍ତରଞ୍ଜନ ତ୍ରିପାଠୀ ବେଶ୍ ପରିଚିତ। ୨୦୦୭ରେ ତାଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଧଉଳି ଏକ୍ସପ୍ରେସ ବେଶ୍ ସଫଳତା ହାସଲ କରିଥିଲା। ଏଥିରେ ସେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏହି ଚଳଚ୍ଚିତ୍ର ୪ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ପରେ ସେ ଆଉ ଏକ ଚଳଚ୍ଚିତ୍ର ‘ମୁଖ୍ୟମନ୍ତ୍ରୀ’ ନିର୍ମାଣ କରିଥିଲେ। ହିନ୍ଦୀ ନାଟକ, ଧାରାବାହିକ ଆଦି କ୍ଷେତ୍ରରେ ମଧ୍ୟ ଚିତ୍ତରଞ୍ଜନ ବେଶ୍ ସକ୍ରିୟ ଅଛନ୍ତି।