ମହିଳା ସାମ୍ବାଦିକଙ୍କୁ ମାଡ ଅଭିଯୋଗ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକ ଗିରଫ | News Room Odisha

ମହିଳା ସାମ୍ବାଦିକଙ୍କୁ ମାଡ ଅଭିଯୋଗ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକ ଗିରଫ

ଭୁବନେଶ୍ୱର – ଜଣେ ମହିଳା ସାମ୍ଵାଦିକଙ୍କୁ ମାଡ ମାରିଥିବା ଅଭିଯୋଗର ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ଏକ ଫିଲ୍ମର ପ୍ରିମିୟର ସମୟରେ ପ୍ରଯୋଜକ ଟୁଟୁ ନାୟକ ଜଣେ ମହିଳା ସାମ୍ବାଦିକାଙ୍କୁ ମାଡ ମାରିଥିବା ଅଭିଯୋଗ ହେଇଥିଲା । ଏନେଇ ସଂପୃକ୍ତ ସାମ୍ବାଦିକା ଜଣକ ଥାନାରେ ଅଭିଯୋଗ କରିଥିଲେ । ଆଜି ଖାରବେଳ ନଗର ଥାନାରେ ହାଜର ହୋଇଥିଲେ ପ୍ରଯୋଜକ ଟୁଟୁ ନାୟକ । ଥାନାରେ ପଚରାଉଚରା କରିବା ପରେ ତାକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜୋନ୍- ୪ ଏସିପି ମାନସ ଗଡ଼ନାୟକ ।