ଆଇନଗତ ଅଧିକାର ଓ ପ୍ରକ୍ରିୟା ନେଇ ସଚେତନତା ଜରୁରୀ: ମୁଖ୍ୟମନ୍ତ୍ରୀ | News Room Odisha

ଆଇନଗତ ଅଧିକାର ଓ ପ୍ରକ୍ରିୟା ନେଇ ସଚେତନତା ଜରୁରୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ହେଉଛି ଜାତୀୟ ଆଇନ ସେବା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଲୋକଙ୍କୁ ପ୍ରଭାବଶାଳୀ ଭାବେ ନ୍ୟାୟ ପ୍ରଦାନ ପାଇଁ ଆଇନଗତ ଅଧିକାର ଓ ଆଇନଗତ ପ୍ରକ୍ରିୟା ସମ୍ପର୍କରେ ସଚେତନତା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜାତୀୟ ଆଇନ ସେବା ଦିବସ ଅବସରରେ ସମାଜର ସବୁବର୍ଗର ଲୋକ ବିଶେଷକରି ନିସ୍ପେଷିତଙ୍କୁ ସୁଲଭ ଆଇନ ସେବା ପ୍ରଦାନ ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧତା ଦୋହରାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।