ଆଇନଗତ ଅଧିକାର ଓ ପ୍ରକ୍ରିୟା ନେଇ ସଚେତନତା ଜରୁରୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ହେଉଛି ଜାତୀୟ ଆଇନ ସେବା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଲୋକଙ୍କୁ ପ୍ରଭାବଶାଳୀ ଭାବେ ନ୍ୟାୟ ପ୍ରଦାନ ପାଇଁ ଆଇନଗତ ଅଧିକାର ଓ ଆଇନଗତ ପ୍ରକ୍ରିୟା ସମ୍ପର୍କରେ ସଚେତନତା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜାତୀୟ ଆଇନ ସେବା ଦିବସ ଅବସରରେ ସମାଜର ସବୁବର୍ଗର ଲୋକ ବିଶେଷକରି ନିସ୍ପେଷିତଙ୍କୁ ସୁଲଭ ଆଇନ ସେବା ପ୍ରଦାନ ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧତା ଦୋହରାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.