ରାଜ୍ୟରେ ଆଉ ଜଣେ କୋରୋନା ପଜିଟିଭ : ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି  | News Room Odisha

ରାଜ୍ୟରେ ଆଉ ଜଣେ କୋରୋନା ପଜିଟିଭ : ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି 

ଭୁବନେଶ୍ୱର – ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ ପଜିଟିଭ। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସପ୍ତାହକ ମଧ୍ୟରେ ରାଜ୍ୟରେ ୩ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋରୋନାର ଏକ ନୂଆ ଭାରିଆଣ୍ଟ ଜେଏନ୍.୧ ଏବେ ସାରାଦେଶରେ ଚିନ୍ତା ବଢ଼ାଇଛି । କେରଳ ଓ ଅନ୍ୟ କିଛି ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଲାଗିଛି। କୋରୋନା ପୁଣି କଡ ଲେଉଟାଇଥିବା ବେଳେ ଓଡ଼ିଶା ସରକାର ଲୋକଙ୍କୁ ସତର୍କ ରହିବା ପାଇଁ ଆହ୍ୱାନ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ମାର୍ଗଦର୍ଶିକା ଜାରି କରାଯାଇଛି। ବୟସ୍କ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି।