ଦେଶରେ ଆଉ ୪୧୨ ନୂଆ କରୋନା ରୋଗୀ ଚିହ୍ନଟ | News Room Odisha

ଦେଶରେ ଆଉ ୪୧୨ ନୂଆ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୨ ନୂଆ କରୋନା ମାମଲା ଆସିଛି । ଏହାଛଡ଼ା ୨୯୩ ରୋଗୀ ସୁସ୍ଥ ହୋଇଥିବା ବେଳେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏହି ତିନୋଟି ମୃତ୍ୟୁ କର୍ଣ୍ଣାଟକରେ ରିପୋର୍ଟ ହୋଇଛି । ବର୍ତ୍ତମାନ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪୧୭୦ରେ ପହଞ୍ଚିଛି ।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନାର ନୂଆ ସବ୍ ଭାରିଆଣ୍ଟ୍ ଜେଏନ୍.୧ ର ୧୧୬ ଟି ନୂଆ ମାମଲା ରିପୋର୍ଟ ହୋଇଛି ।