ଆମେରିକାରେ ପ୍ରଥମ, ନାଇଟ୍ରୋଜେନ୍ ଗ୍ୟାସ୍ ଦ୍ବାରା ମୃତ୍ୟୁଦଣ୍ଡ | News Room Odisha

ଆମେରିକାରେ ପ୍ରଥମ, ନାଇଟ୍ରୋଜେନ୍ ଗ୍ୟାସ୍ ଦ୍ବାରା ମୃତ୍ୟୁଦଣ୍ଡ

ଓ୍ୱାଶିଂଟନ: ଆମେରିକାର ଆଲାବାମାରେ ଜଣେ ହତ୍ୟା ଅଭିଯୁକ୍ତକୁ ଭିନ୍ନ ଏକ ଉପାୟରେ ମୃତ୍ୟୁଦଣ୍ଡ ଦିଆଯାଇଛି । ଅଭିଯୁକ୍ତ ଜଣକୁ ନାଇଟ୍ରୋଜେନ ଗ୍ୟାସ୍ ଦେଇ ମୃତ୍ୟୁଦଣ୍ଡ ଦିଆଯାଇଛି । ଆମେରିକାରେ ପ୍ରଥମ ଥର ମୃତ୍ୟୁଦଣ୍ଡ ପାଇଁ ଏପରି ପଦ୍ଧତି ବ୍ୟବହାର କରାଯାଇଛି । ନାଇଟ୍ରୋଜେନ ଗ୍ୟାସ୍ ମାଧ୍ୟମରେ ମୃତ୍ୟୁଦଣ୍ଡ ଦେବାରେ ବିଶ୍ଵର ପ୍ରଥମ ଦେଶ ହୋଇଛି ଆମେରିକା ।

ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କେନେଥ ସ୍ମିଥ ନାମକ ବ୍ୟକ୍ତିଙ୍କୁ ନାଇଟ୍ରୋଜେନ୍ ଗ୍ୟାସ୍ ଦ୍ବାରା ମୃତ୍ୟୁଦଣ୍ଡ ଦିଆଯାଇଛି । ଏପରି ଉପାୟରେ ମୃତ୍ୟୁଦଣ୍ଡ ପାଇବାରେ ୫୮ ବର୍ଷୀୟ କେନେଥ୍ ସ୍ମିଥ୍ ବିଶ୍ବର ପ୍ରଥମ କଏଦୀ। ଆମେରିକାରେ ୧୯୮୨ ମସିହାରୁ ବିଷ ଇଞ୍ଜେକ୍ସନ ମାଧ୍ୟମରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଥିଲା । ହେଲେ ପ୍ରଥମ ଥର ପାଇଁ ନାଇଟ୍ରୋଜେନ୍ ଗ୍ୟାସ୍ ବ୍ୟବହାର କରାଯାଇଛି ।

କେନେଥ୍ ସ୍ମିଥଙ୍କୁ ଏକ ଫେସ୍ ମାସ୍କ ପିନ୍ଧାଇ ଏକ ପମ୍ପ ଦ୍ବାରା ତାଙ୍କ ଶରୀର ଭିତରକୁ ନାଇଟ୍ରୋଜେନ୍ ଗ୍ୟାସ୍ ଛାଡ଼ି ଦିଆଯାଇଥିଲା । ଏହାପରେ ସେ କିଛି ମିନିଟ୍ ଛଟପଟ ହୋଇଥିଲେ । ପ୍ରାୟ ୨୨ ମିନିଟ୍ ପରେ ସ୍ମିଥଙ୍କୁ ମୃତ ଘୋଷଣା କରାଯାଇଥିଲା।

ନାଇଟ୍ରୋଜେନ୍ ଗ୍ୟାସ୍ ଦ୍ବାରା ମୃତ୍ୟୁଦଣ୍ଡ ପଦ୍ଧତିକୁ ମାନବାଧିକାର କର୍ମୀ ସମାଲୋଚନା କରିଛନ୍ତିି । ଏହା ଏକ ଅମାନବୀୟ ଓ ନିଷ୍ଠୁର ପଦ୍ଧତି ବୋଲି ସେମାନେ କହିଛନ୍ତି । ଏପରିକି ଖୋଦ୍ ହ୍ବାଇଟ୍ ହାଉସ୍ ଏବଂ ଜାତିସଂଘ ମଧ୍ୟ ଏପରି ମୃତ୍ୟୁଦଣ୍ଡକୁ ନିନ୍ଦା କରିଛନ୍ତିି ।