ଢାକାରେ ବ୍ୟବସାୟିକ ପ୍ରତିଷ୍ଠାନରେ ଭୟାବହ ଅଗ୍ନିକାଣ୍ଡ, ୪୪ ମୃତ | News Room Odisha

ଢାକାରେ ବ୍ୟବସାୟିକ ପ୍ରତିଷ୍ଠାନରେ ଭୟାବହ ଅଗ୍ନିକାଣ୍ଡ, ୪୪ ମୃତ

ଢାକା – ବାଂଲାଦେଶର ରାଜଧାନୀ ଢାକାରେ ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୪ ଜଣ ପ୍ରାଣ ହରାଇଛନ୍ତି। ଏଥିରେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।ଢାକାର ବେଲି ରୋଡ୍ ସ୍ଥିତ ସାତ ମହଲା କୋଠାରେ ଘଟିଛି ଏହି ଅଗ୍ନିକାଣ୍ଡ । କୋଠାର ପ୍ରଥମ ମହଲାରେ ଥିବା ଏକ ରେଷ୍ଟୁରାଣ୍ଟରୁ ନିଆଁ ଅନ୍ୟ ମହଲାକୁ ବ୍ୟାପି ଭୟଙ୍କର ରୂପ ଧାରଣ କରିଥିଲା ।କୋଠାରେ ଫସିଥିବା ଫସି ରହିଥିବା ୭୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୭ ମହଲା କୋଠାରେ ମୋବାଇଲ ଓ କପଡ଼ା ଦୋକାନ ଥିଲା ।