ତାରାତାରିଣୀ ପୀଠରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ | News Room Odisha

ତାରାତାରିଣୀ ପୀଠରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ଚୈତ୍ର ଯାତ୍ରା ଚାଲିଛି । ଆଜି ଚୈତ୍ର ମାସର ତୃତୀୟ ମଙ୍ଗଳବାର ପାଇଁ ମା’ଙ୍କ ପୀଠରେ ଭିଡ ଜମିଛି। ଏହି ଅବସରରେ ଆଜି ଭୋରରୁ ପୀଠରେ ପହଞ୍ଚି ମାଆଙ୍କ ପୂଜାର୍ଚ୍ଚନା କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ । ମା’ଙ୍କର ଆଜି ସରସ୍ବତୀ ବେଶ ହୋଇଥିବା ବେଳେ, ଦର୍ଶନ କରି ଆଶୀର୍ବାଦ ଲୋଡିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ସେ ବେଢ଼ା ବୁଲିବା ସହ ମନ୍ଦିର ପରିସରରେ ହୋଇଥିବା ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ । ମନ୍ଦିରର ପୂଜକ, ପରିଚାଳନା କମିଟି ସହ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ପୂଜାର୍ଚ୍ଚନା, ଭକ୍ତମାନଙ୍କ ମନ୍ଦିରରେ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଦୀର୍ଘ ୧୬ ବର୍ଷ ହେଲା ମା’ଙ୍କ ଚୈତ୍ର ଯାତ୍ରା ସମୟରେ ପାଣ୍ଡିଆନ ମାଆଙ୍କ ଦର୍ଶନ ପାଇଁ ପୀଠକୁ ଆସନ୍ତି ।