୪୦ ଡିଗ୍ରୀ ସେଲସିୟସ ଉପରେ ରାଜ୍ୟର ୩୨ ସହର, ୪୩.୬ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ | News Room Odisha

୪୦ ଡିଗ୍ରୀ ସେଲସିୟସ ଉପରେ ରାଜ୍ୟର ୩୨ ସହର, ୪୩.୬ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା। ଆଜି ୩୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରହିଛି। ଭୁବନେଶ୍ୱର ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୩ ଦଶମିକ ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଚଳିତ ମାସ ୫ ତାରିଖରେ ରାଜଧାନୀରେ ୪୩ ଦଶମିକ ୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିଲା। ଆଜି ବୋୖଦ୍ଧରେ ୪୩ ଦଶମିକ ୫ ଓ ଅନୁଗୁଳରେ ୪୩ ଦଶମିକ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡାରେ ୪୨.୮, ବାରିପଦାରେ ୪୨.୬, ଟିଟିଲାଗଡରେ ୪୨.୫ , ମାଲକାନଗିରିରେ ୪୨.୫,ତାଳଚେର ଓ ସମ୍ବଲପୁରରେ ୪୨.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ବାଲେଶ୍ୱରରେ ତାପମାତ୍ରା ୪୨.୨ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୪୨, ସୁନ୍ଦରଗଡ଼ରେ ୪୧.୪, କଟକରେ ୪୧.୪, ଚାନ୍ଦବାଲିରେ ୪୧.୨,କେନ୍ଦୁଝର ଗଡ଼ରେ ୪୦.୯, ଫୁଲବାଣୀରେ ୪୦.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।