କୋଭିଡ ନିୟମ ପାଳନ ପୂର୍ବକ ନିର୍ଦ୍ଧାରିତ ତାରିଖରେ ହିଁ ହେବ ଓଡିଶା ସିଭିଲ ସର୍ଭିସ ପରୀକ୍ଷା | News Room Odisha

କୋଭିଡ ନିୟମ ପାଳନ ପୂର୍ବକ ନିର୍ଦ୍ଧାରିତ ତାରିଖରେ ହିଁ ହେବ ଓଡିଶା ସିଭିଲ ସର୍ଭିସ ପରୀକ୍ଷା

ଭୁବନେଶ୍ୱର- ନିର୍ଦ୍ଧାରିତ ତାରିଖରେ ହିଁ ହେବ ଓଡିଶା ସିଭିଲ ସର୍ଭିସ ପରୀକ୍ଷା । କୋରୋନା କଟକଣା ମଧ୍ୟରେ ଏହି ପରୀକ୍ଷା ହେବ ବୋଲି ଲୋକସେବା ଆୟୋଗ ସ୍ପଷ୍ଟ କରିଛି । ପୂର୍ବ ନିର୍ଦ୍ଧାରିତ ଚଳିତ ମାସ ୨୦ ତାରିଖରୁ ହିଁ ପରୀକ୍ଷା ଆରମ୍ଭ ହେବ । ୨୩ ତାରିଖରେ ଆସିଷ୍ଟାଂଟ ସର୍ଜନ ପଦବୀ ପାଇଁ ବି ପରୀକ୍ଷା ହେବ । କୋଭିଡକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ସବୁ ପରୀକ୍ଷାର୍ଥୀ ଏନ-୯୫ ମାସ୍କ ପିନ୍ଧିବେ । କେବଳ ପରିଚାଳନାରେ ସଂପୃକ୍ତ ଅଧିକାରୀମାନେ ତଦାରଖ କରିବା ସମୟରେ ମାସ୍କ ଖୋଲିପାରିବେ ।

ସ୍ୱଚ୍ଛ ବୋତଲରେ ପରୀକ୍ଷାର୍ଥୀମାନେ ନିଜ ନିଜର ସାନିଟାଇଜର ନେଇ ପାରିବେ । ପରୀକ୍ଷା କେନ୍ଦ୍ରଗୁଡିକରେ ମଧ୍ୟ ସାନିଟାଇଜର ବ୍ୟବସ୍ଥା ରହିବ । ପରୀକ୍ଷା କେନ୍ଦ୍ରରେ କୋଭିଡ ନିୟମ ପୂର୍ବତ ଛାଡି ଛାଡି ବସିବେ ପରୀକ୍ଷାର୍ଥୀ । ଏପରି ବସିବା ବ୍ୟବସ୍ଥା କରାଯିବ । ପରୀକ୍ଷାର୍ଥୀଙ୍କ କୋଭିଡ ଲକ୍ଷମ ପ୍ରକାଶ ପାଇଲେ , ସେ ତୁରନ୍ତ ପରୀକ୍ଷା ପରିଚାଳକଙ୍କୁ ଜଣାଇବେ । ତାଙ୍କ ପାଇଁ ପୃଥକ ପରୀକ୍ଷା ଗୃହର ବ୍ୟବସ୍ଥା କରାଯିବ ।