ରାଜ୍ୟରେ ୨୪ ଘଂଟାରେ ୫୧ ହଜାରରୁ ଅଧିକ ଟେଷ୍ଟିଂ,ଗଂଜାମ କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ସର୍ବାଧିକ | News Room Odisha

ରାଜ୍ୟରେ ୨୪ ଘଂଟାରେ ୫୧ ହଜାରରୁ ଅଧିକ ଟେଷ୍ଟିଂ,ଗଂଜାମ କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ମୋଟ ୫୧ ହଜାର ୨୪୫ କୋରୋନା ଟେଷ୍ଟିଂ ହୋଇଛି । ୪୩ ହଜାର ୪୭୬ ଜଣଙ୍କର ଆଂଟିଜେନ ଟେଷ୍ଟ ହୋଇଥିବା ବେଳେ ୭ ହଜାର ୬୮୫ ଜଣଙ୍କର ଆରଟି-ପିସିଆର ଟେଷ୍ଟ ହୋଇଛି । ୮୪ ଜଣଙ୍କର ହୋଇଛି ଟ୍ରୁନଟ୍ ଟେଷ୍ଟ । ଗଂଜାମ ଜିଲ୍ଲାରେ ସର୍ବାଧିକ ୯ ହଜାର ୪୨୬ ଜଣଙ୍କର କୋରୋନା ଟେଷ୍ଟ କରାଯାଇଛି । ଗଂଜାମ ପଛକୁ କେନ୍ଦୁଝର ଜିଲ୍ଲାରେ ୮ ହଜାର ୨୩୪ ଓ ମୟୂରଭଂଜରେ ୭ ହଜାର ୬୫୫ ଜଣଙ୍କ ନମୁନା ପରୀକ୍ଷା ହୋଇଛି ।

COVID-19