ରାଜ୍ୟରେ ଖୋଲିବ ବାର୍ ଓ ରେଷ୍ଟୁରାଂଟ୍ | News Room Odisha

ରାଜ୍ୟରେ ଖୋଲିବ ବାର୍ ଓ ରେଷ୍ଟୁରାଂଟ୍

ଭୁବନେଶ୍ୱର : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ଓଡିଶା ସରକାର ରାଜ୍ୟରେ ବାର୍ ଓ ରେଷ୍ଟୁରାଂଟ ଖୋଲିବାକୁ ଅନୁମତି ଦେଇଛନ୍ତି । ରାଜ୍ୟ ପଯ୍ୟ ର୍ଟନ ବିଭାଗ ଦ୍ୱାରା ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଛି । ବାର୍ ଓ ରେଷ୍ଟୁରାଂଟଗୁଡିକ କୋଭିଡ କଟକଣା ଓ ଏସଓପି କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କଂଟେନମେଂଟ ଜୋନରେ ବାର୍ ଓ ରେଷ୍ଟୁରାଂଟ ଖୋଲାଯିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।