କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି : ଏଣିକି ଗୋଟିଏ ଆଇନ ଅଧୀନରେ ରହିବ ସବୁ ବିଶ୍ୱବିଦ୍ୟାଳୟ , ଓପିଏସସି ହାତରେ ରହିବ ଶିକ୍ଷକ ଚୟନ ଦାୟିତ୍ୱ, କୁଳପତିଙ୍କ କାର୍ଯ୍ୟକାଳ ୪ବର୍ଷକୁ ବୃଦ୍ଧି... | News Room Odisha

କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି : ଏଣିକି ଗୋଟିଏ ଆଇନ ଅଧୀନରେ ରହିବ ସବୁ ବିଶ୍ୱବିଦ୍ୟାଳୟ , ଓପିଏସସି ହାତରେ ରହିବ ଶିକ୍ଷକ ଚୟନ ଦାୟିତ୍ୱ, କୁଳପତିଙ୍କ କାର୍ଯ୍ୟକାଳ ୪ବର୍ଷକୁ ବୃଦ୍ଧି…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏକାଧିକ ପ୍ରସ୍ତାବ ଉପରେ ମୋହର ବାଜିଛି । ଏଣିକି ଗୋଟିଏ ଆଇନରେ ପରିଚାଳିତ ହେବ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ । ଏ ନେଇ ଓଡିଶା ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୮୯ରେ ପରିବର୍ତନ କରାଯାଇଛି । ଏହି ଆକ୍ଟ ଅନୁସାରେ ହିଁ ରାଜ୍ୟର ବିଶ୍ୱବିଦ୍ୟାଳଗୁଡିକ ପରିଚାଳିତ ହେବ ।

୨୦୦୫ର ରେଭେନ୍ସା ବିଶ୍ୱବିଦ୍ୟାଳୟ ଆକ୍ଟକୁ ରଦ୍ଦ କରାଯାଇଛି । ବିଶ୍ୱବିଦ୍ୟାଳୟର ଶିକ୍ଷକ ଚୟନ ପ୍ରକ୍ରିୟା ବି ବଦଳାଯାଇଛି । ଏବେ ଓଡିଶା ପବ୍ଲିକ ସର୍ଭିସ କମିଶନ ନେବେ ଶିକ୍ଷକ ଚୟନ ଦାୟିତ୍ୱ । ସିନେଟ ବ୍ୟବସ୍ଥା ଉଠି ସିଂଟିକେଟକୁ ଅଧିକ କ୍ରିୟାଶୀଳ କରାଯିବ । କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଛି । କୁଳପତିଙ୍କ ସର୍ବୋଚ୍ଚ ବୟସସୀମା ୬୭ ବର୍ଷ କରିବାକୁ କ୍ୟାବିନେଟରେ ନିଷ୍ପତି ହୋଇଛି ।