ରାଜ୍ୟରେ ସେପଟେମ୍ବର ପାଇଁ ନୂଆ ଗାଇଡଲାଇନ୍ : କଂଟେନମେଂଟ୍ ଜୋନରେ ୩୦ ଯାଏଁ ଲକଡାଉନ୍ , ଜୋନ୍ ବାହାରେ ଉଠିଲା ସପ୍ତାହାନ୍ତ ସଟଡାଉନ୍‌, ରାଜ୍ୟଭିତରେ ଯାତାୟତ କଟକଣା ଉଠିଲା | News Room Odisha

ରାଜ୍ୟରେ ସେପଟେମ୍ବର ପାଇଁ ନୂଆ ଗାଇଡଲାଇନ୍ : କଂଟେନମେଂଟ୍ ଜୋନରେ ୩୦ ଯାଏଁ ଲକଡାଉନ୍ , ଜୋନ୍ ବାହାରେ ଉଠିଲା ସପ୍ତାହାନ୍ତ ସଟଡାଉନ୍‌, ରାଜ୍ୟଭିତରେ ଯାତାୟତ କଟକଣା ଉଠିଲା

ଭୁବନେଶ୍ୱର : ସେପଟେମ୍ବର ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ ଜାରି ହୋଇଛି । କଂଟେନମେଂଟ୍ ଜୋନରେ ସେପଟେମ୍ବର ୩୦ ଯାଏଁ ଲକଡାଉନ ଜାରି ରହିବ । କିନ୍ତୁ କଂଟେନମେଂଟ୍ ଜୋନ ବାହାରେ ଜିଲ୍ଲା ଓ ସବଡିଭିଜନରେ ଲକଡାଉନ ଲାଗୁ ହେବ ନାହିଁ ।

ହେଲେ ବଡ କଥା ହେଉଛି, ରାଜ୍ୟର କେତେକ ଜିଲ୍ଲା ଓ ସହରରେ ଲାଗୁ ଶନିବାର ଓ ରବିବାର ସଟଡାଉନ ସଂପର୍କରେ ଏହି ନୂଆ ଗାଇଡଲାଇନରେ କୌଣସି ଉଲ୍ଲେଖ ନାହିଁ । ଏଣୁ ସପ୍ତାହାନ୍ତ ସଟଡାଉନ ଆଉ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ରାତ୍ରୀକାଳିନ କର୍ଫ୍ୟୁ ମଧ୍ୟ ହଟାଇ ଦିଆଯାଇଛି । ରାଜ୍ୟ ଭିତରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଯାତାୟତକୁ ଅନୁମତି ଦିଆଯାଇଛି ।

ସେପଟେମ୍ବର ୩୦ ଯାଏଁ ଖୋଲିବନି ଧର୍ମାନୁଷ୍ଠାନ, ସ୍କୁଲ୍ କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସ୍କୁଲ ବନ୍ଦ ରହିଲେ ବି ପରୀକ୍ଷା, ଖାତାଦେଖା ଚାଲିବ । ସିନେମାହଲ, ଥିଏଟର, ଅଡିଟୋରିୟମ, ସୁଇମିଂ ପୁଲ ବନ୍ଦ ରହିବ । ସାଂସ୍କତିକ , ରୈଜନୈତିକ ଓ ଧାର୍ମିକ କାଯ୍ୟ ର୍ ବି ବନ୍ଦ ରହିବ । ସେପଟେମ୍ବର ୧ରୁ ଚାଲିବ ପାସେଂଜର ବସ୍ । ରାଜ୍ୟ ଭିତରେ ଏହି ବସ ଚାଲିବ । ସେପଟେମ୍ବର ୨୧ ପରେ ହିଁ ଖୋଲିବ ମୁକ୍ତାକାଶ ରଂଗମଚ ।