ଆୟ ବହିର୍ଭୁକ ସଂପତି ଠୁଳ | News Room Odisha

ଆୟ ବହିର୍ଭୁକ ସଂପତି ଠୁଳ

ଭୁବନେଶ୍ୱର : ଆୟ ବହିର୍ଭୁକ ସଂପତି ଠୁଳ ଅଭିଯୋଗରେ ବ୍ରଜରାଜନଗର ମ୍ୟୁନିସିପାଲଟି କାଯ୍ୟ ର୍ନିର୍ବାହୀ ଅଧିକାରୀଙ୍କ ଘରେ ଭିିଜିଲାନ୍ସ ଚଢଉ ହୋଇଛି । କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ଘରେ ଚଢଉ ହୋଇଛି ।

ଏକକାଳିନ ୪ଟି ସ୍ଥାନରେ ଭିଜିଲାନ୍ସର ୬ଟି ଟିମ୍ ଚଢଉ କରିଛନ୍ତି । ଦିଲୀପ ଅଫିସ, ସରକାରୀ ବାସଭବନ, ପୈତୃକ ଘର ଓ ଶ୍ୱଶୁର ଘରେ ଚଢାଉ ହୋଇଛି । ସମ୍ବଲପୁରର ସ୍ପେଶାଲ ଭିଜିଲାନ୍ସ ଜଜ୍ ଙ୍କ ନିର୍ଦ୍ଦେଶକ୍ରମ ଏହି ଚଢାଉ କରାଯାଇଛି । ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି ।