ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗରେ ସ୍କୁଲ, କଲେଜ ବନ୍ଦ; ଅଧା କର୍ମଚାରୀ ସହ ଚାଲିବ ସରକାରୀ, ବେସରକାରୀ ଅଫିସ୍ | News Room Odisha

ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗରେ ସ୍କୁଲ, କଲେଜ ବନ୍ଦ; ଅଧା କର୍ମଚାରୀ ସହ ଚାଲିବ ସରକାରୀ, ବେସରକାରୀ ଅଫିସ୍

କୋଲକାତା: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ରବିବାର ଦିନ ନୂଆ କଟକଣା ଘୋଷଣା କରିଛନ୍ତି। ସୋମବାର ଠାରୁ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ସରକାରୀ ଏବଂ ବେସରକାରୀ ଅଫିସ୍ ୫୦ ପ୍ରତିଶତ କ୍ଷମତା ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର ବେଙ୍ଗଲରେ ୪୫୧୨ କରୋନା ମାମଲା ରୁଜୁ ହୋଇଥିଲା। ରାଜ୍ୟରେ କରୋନା ସକ୍ରିୟ ମାମଲା ୧୩,୩୦୦ ରେ ପହଞ୍ଚିଛି। ମହାରାଷ୍ଟ୍ର ଏବଂ କେରଳ ପରେ କରୋନା ସକ୍ରିୟ ମାମଲାରେ ବେଙ୍ଗଲ ତୃତୀୟ ସ୍ଥାନରେ ରହିଛି। ଜିମ୍, ସୁଇମିଂ ପୁଲ୍, ବିୟୁଟି ସେଲୁନ୍ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।