ଅହମ୍ମଦାବାଦ: ଡିଏଣ୍ଡ୍ରା ଡଟିନଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଶନିବାର ମହିଳା ଟି-୨୦ ଚ୍ୟାଲେଞ୍ଜର ଏକ ରୋମାଞ୍ଚକର ଫାଇନାଲରେ ଭେଲୋସିଟିକୁ ୪ ରନରେ ହରାଇ ସୁପରନୋଭାସ ତୃତୀୟ ଥର ପାଇଁ ଟାଇଟଲ୍ ହାସଲ କରିଛି । ଦୁଇଟି ଜୀବନଦାନର ସୁଯୋଗ ଉଠାଇ ୱେଷ୍ଟଇଣ୍ଡିଜ୍ ର ଡଟିନ୍ ୪୪ ବଲରେ ୬୨ ରନର ଆକ୍ରମଣାତ୍ମକ ଇନିଂସ ଖେଳିବା ସହ ଦୁଇଟି ୱିକେଟ୍ ମଧ୍ୟ ନେଇଥିଲେ | ପ୍ରଥମେ ବ୍ୟାଟିଂ କରି ସୁପରନୋଭାସ୍ ୭ ଓ୍ବିକେଟ୍ ବିନିମୟରେ ୧୬୫ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା। ଏହାର ଜବାବରେ ଲରା ଉଲଭାର୍ଟଙ୍କ ଅପରାଜିତ ୬୫ ର ସତ୍ତ୍ୱେ ଭେଲୋସିଟି ଦଳ ୮ ଓ୍ବିକେଟ୍ ହରାଇ ୧୬୧ ରନ୍ କରିବାକୁ ସମର୍ଥ ହୋଇଥିଲା।
ଭେଲୋସିଟି ଏକଦା ୧୧୭ ରନରେ ଆଠ ୱିକେଟ୍ ଅସୁବିଧାରେ ପଡିଥିଲା କିନ୍ତୁ ଉଲଭାର୍ଟ ଏବଂ ୧୦ ନମ୍ବର ବ୍ୟାଟ୍ସମ୍ୟାନ୍ ସିମ୍ରନ୍ ଦିଲ ବାହାଦୂର (୧୦ ଟି ବଲରୁ ୨୦) ଅପରାଜିତ ୪୫ ରନ୍ ଭାଗିଦାରୀ ସହ ମ୍ୟାଚକୁ ରୋମାଞ୍ଚକର କରିଥିଲେ । ତଥାପି ଦଳ ଟାର୍ଗେଟରୁ ଚାରି ରନ୍ ଦୂରରେ ରହିଯାଇଥିଲା । ଡଟିନଙ୍କ ବ୍ୟତୀତ ଆଲାନା କିଙ୍ଗ ସୁପରନୋଭାସ୍ ତରଫରୁ ତିନୋଟି ୱିକେଟ୍ ନେଇଥିବାବେଳେ ସେଫି ଇକେଲଷ୍ଟନ୍ ଦୁଇଟି ୱିକେଟ୍ ପାଇଥିଲେ ।