ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବାରୁ ଓଡିଶା-ଜେଇଇ ପରୀକ୍ଷା ଘୁଂଚିଲା, ପରେ ଘୋଷଣା ହେବ ନୂଆ ତାରିଖ | News Room Odisha

ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବାରୁ ଓଡିଶା-ଜେଇଇ ପରୀକ୍ଷା ଘୁଂଚିଲା, ପରେ ଘୋଷଣା ହେବ ନୂଆ ତାରିଖ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସଂକ୍ରମଣ ବଢିଚାଲିଥିବାରୁ ସରକାର ଓଡିଶା-ଜେଇଇ ପ୍ରବେଶିକା ପରୀକ୍ଷାକୁ ଘୁଂଚାଇ ଦେଇଛନ୍ତି । ଏ ସଂପର୍କରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ତାରିଖ ନେଇ ପରେ ଘୋଷଣା କରାଯିବ । ପରୀକ୍ଷା ଚଳିତମାସ ୯ ତାରିଖରୁ ୧୫ ଯାଏଁ ହେବାକୁ ଥିଲା । ପରୀକ୍ଷା ପାଇଁ ରାଜ୍ୟର ବିଭିନ୍ନ ସହରରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।