ପ୍ରଧାନମନ୍ତ୍ରୀ ମୋଦିଙ୍କୁ ' ଲିଜନ୍ ଅଫ୍ ମେରିଟ୍' ସମ୍ମାନରେ ସମ୍ମାନିତ କଲେ ଟ୍ରମ୍ପ | News Room Odisha

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ ଲିଜନ୍ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କଲେ ଟ୍ରମ୍ପ

ୱାଶିଂଟନ – ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଭାରତର ପ୍ରଧାନମନ୍ତ୍ରୀଙ୍କୁ ‘ଲିଜନ୍ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କରିଛନ୍ତି। ଦୁଇ ଦେଶର ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ବିଶ୍ୱ ଶକ୍ତି ଭାବେ ଭାରତର ଉଦୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।

ଆମେରିକାରେ ଭାରତର ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁ ନରେନ୍ଦ୍ର ମୋଦିଙ୍କ ତରଫରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରିଆନାଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରିଆନା ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦୁଇ ଦେଶର ରଣନୀତିକ ଭାଗିଦାରୀ ପାଇଁ ମୋଦି ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ଲିଜିନ୍ ଅଫ୍ ମେରିଟ୍ ସମ୍ମାନ ପ୍ରଦାନ କରାଯାଉଛି ।

Donald TrumpLegion of MeritPrime Minister Narendra Modi