ଭାରତରେ ୨୪ ଘଂଟାରେ ୭୮ ହଜାର ୩୫୭ ନୂଆ କୋରୋନା ରୋଗୀ ଚିହ୍ନଟ, ୧ ହଜାର ୪୫ ମୃତ | News Room Odisha

ଭାରତରେ ୨୪ ଘଂଟାରେ ୭୮ ହଜାର ୩୫୭ ନୂଆ କୋରୋନା ରୋଗୀ ଚିହ୍ନଟ, ୧ ହଜାର ୪୫ ମୃତ

ନୂଆଦିଲ୍ଲୀ : ଭାରତରେ ଗତ ୨୪ ଘଂଟାରେ ଆଉ ୭୮ ହଜାର ୩୫୭ ନୂଆ ମାମଲା ଚିହ୍ନଟ ହୋଇଛି । ଦିନକରେ ୧ ହଜାର ୪୫ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୧୫ ହଜାର ୭୬୫ ନୂଆ ରୋଗୀ । ଆନ୍ଧ୍ର ପ୍ରଦେଶରୁ ୧୦ହଜାର ୩୬୮ ନୂଆ ମାମଲା ରେକର୍ଡ ହୋଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ଲକ୍ଷ ୬୯ ହଜାର ୫୨୪ରେ ପହଂଚିଥିଲା ବେଳେ ଏଥିରୁ ୨୯ ଲକ୍ଷ ୧୯ ହଜାର ୮ ଜଣ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୬୬ ହଜାର ୩୩୩କୁ ବୃଦ୍ଧି ପାଇଛି । ଦେଶରେ ବର୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୧ ହଜାର ୨୮୨ ରହିଛି ।

COVID-19