ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଭାରତର ଚୂଡାନ୍ତ ଦଳ ଘୋଷିତ,ତିନି ପେସର ଓ ଦୁଇ ସ୍ପିନର ସାମିଲ | News Room Odisha

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଭାରତର ଚୂଡାନ୍ତ ଦଳ ଘୋଷିତ,ତିନି ପେସର ଓ ଦୁଇ ସ୍ପିନର ସାମିଲ

ସାଉଥହାମ୍ପଟନ : ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଚୂଡାନ୍ତ ଭାରତୀୟ ଦଳ ଘୋଷଣା କରାଯାଇଛି । ଘୋଷିତ ଦଳରେ ୫ ବୋଲରଙ୍କୁ ସ୍ଥାନ ଦିଆଯାଇଛି । ଚୂଡାନ୍ତ ଦଳରେ ତିନି ପେସର ଓ ଦୁଇ ସ୍ପିନରଙ୍କୁ ସ୍ଥାନ ମିଳିଛି ।

ଚୂଡାନ୍ତ ଦଳ ହେଲା – ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲୀ ( ଅଧିନାୟକ ), ଚେତେଶ୍ୱର ପୂଜାରା, ଅଜିଙ୍କ୍ୟା ରାହାଣେ,ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ଯଶପ୍ରୀତ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସାମି ।

ICC World Test ChampionshipIndian Cricket Team