ଅନ୍ତର୍ଜାତୀୟ ବିମାନସେବା ଉପରେ କଟକଣା ଜୁଲାଇ ୩୧ ଯାଏଁ ବୃଦ୍ଧି | News Room Odisha

ଅନ୍ତର୍ଜାତୀୟ ବିମାନସେବା ଉପରେ କଟକଣା ଜୁଲାଇ ୩୧ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହରୀ ଏବଂ ଡେଲଟା ଭାରିଆଣ୍ଟ୍ ବିପଦକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଅନ୍ତର୍ଜାତୀୟ ଯାତ୍ରୀ ବିମାନସେବା ଉପରେ ଲଗାଯାଇଥିବା କଟକଣା ଜୁଲାଇ ୩୧ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଏହାପୂର୍ବରୁ, କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଯୋଗୁଁ ଡିଜିସିଏ ଅନ୍ତର୍ଜାତୀୟ ଯାତ୍ରୀ ବିମାନସେବା ଉପରେ କଟକଣା ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଅବଶ୍ୟ, କେସ୍-ଟୁ-କେସ୍ ଆଧାରରେ, ଡିଜିସିଏ କେବଳ ମନୋନୀତ ମାର୍ଗରେ ଆନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦେଇପାରେ |

କରୋନା ମହାମାରୀର ସାଂଘାତିକ ସ୍ଥିତି ଯୋଗୁଁ ୨୩ ମାର୍ଚ୍ଚ ୨୦୨୦ରୁ ଭାରତରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରଖାଯାଇଥିଲା | ତେବେ, ମଇ ୨୦୨୦ରୁ ବନ୍ଦେ ଭାରତ ଫ୍ଲାଇଟ୍ ଏବଂ ଜୁଲାଇ ୨୦୨୦ରୁ କିଛି ମନୋନୀତ ଦେଶ ମଧ୍ୟରେ ଦ୍ୱିପାକ୍ଷିକ “ଏୟାର ବବୁଲ୍” ବ୍ୟବସ୍ଥାରେ ଆନ୍ତର୍ଜାତୀୟ ବିମାନ ଚଳାଚଳ ଚାଲିଛି |