ରାଜ୍ୟରେ ହ୍ରାସ ପାଉଛି ଦୈନିକ କୋରୋନା ସଂକ୍ରମଣ, ଦିନକରେ ମାତ୍ର ୧୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ହ୍ରାସ ପାଉଛି ଦୈନିକ କୋରୋନା ସଂକ୍ରମଣ, ଦିନକରେ ମାତ୍ର ୧୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୫୫୮ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୯୦୪ ଓ ସ୍ଥାନୀୟ ଅଂଚଳରୁ ୬୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୯ ଓ କଟକରୁ ୨୪୧ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୯୭, ପୁରୀରୁ ୮୨, ଅନୁଗୁଳରୁ ୮୦, ଯାଜପୁରରୁ ୭୮. ଜଗତସିଂହପୁରରୁ ୬୭, ଭଦ୍ରକରୁ ୪୨, ମୟୂରଭଞ୍ଜରୁ ୪୧, କେନ୍ଦ୍ରାପଡାରୁ ୩୫, ସୁନ୍ଦରଗଡରୁ ୨୮, ନୟାଗଡରୁ ୨୫,ଢେଙ୍କାନାଳରୁ ୨୩,କନ୍ଧମାଳରୁ ୧୮, କେନ୍ଦୁଝରରୁ ୧୪, ସମ୍ବଲପୁରରୁ ୧୪, ନବରଙ୍ଗପୁରରୁ ୧୩, ବଲାଙ୍ଗିରରୁ ୧୦, ଦେବଗଡରୁ ୯, କଳାହାଣ୍ଡିରୁ ୮, ରାୟଗଡାରୁ ୮, ସୋନପୁରରୁ ୮, ଗଞ୍ଜାମରୁ ୭, ଝାରସୁଗୁଡାରୁ ୭, ବରଗଡରୁ ୬, ମାଲକାନଗିରିରୁ ୫, ବୌଦ୍ଧରୁ ୩, ଗଜପତିରୁ ୩, କୋରାପୁଟରୁ ୨ ଓ ନୂଆପଡାରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏ ୯ ଲକ୍ଷ ୭୫ ହଜାର ୬୯୦ ଜଣ କୋରୋନା ପଜିଟିଭ ହୋଇଛନ୍ତି । ଏଥିରୁ ୯ ଲକ୍ଷ ୫୩ ହଜାର ୮୮ ସୁସ୍ଥ ହୋଇସାରିଛନ୍ତି । ୧୬ ହଜାର ୭୧୫ ରୋଗୀ ଚିକିତ୍ସିତ ହେଉଛନ୍ତି ।

COVID-19