Odia୧୨୦କିଲୋ ଗଞ୍ଜେଇ ଜବତ: ୩ ଗିରଫ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ଗ୍ରାମ ନିକଟରୁ ୧୨୦ କିଲୋ ଗଞ୍ଜେଇ ଜବତ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ୟୁନିଟ୍। ଏସବୁ ଗୋଟିଏ କାରରେ ଚାଲାଣ ହେଉଥିବା ବେଳେ ଏକ ବାଇକ୍ ଉକ୍ତ ଗାଡିକୁ ଏସକର୍ଟ କରି ନେଉଥିଲା। ତେବେ ଆଗୁଆ ସୂଚନା ପାଇ ଅବକାରୀ ଗୁଇନ୍ଦା ୟୁନିଟ୍ ରାସ୍ତାରେ ଛକି ରହିଥିଲା। ବାଇକ୍ ଓ କାର୍ ଆଗପଛ ହୋଇ ଆସିବା ବେଳେ ଅବକାରୀ ଷ୍ଟାଫ୍ ତାହାକୁ କାବୁ କରି ନେଇଥିଲେ। ଯାଞ୍ଚ [...]
Odiaଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
ପୁରୀ – ଆଜି ପବିତ୍ର ରେଖାପଞ୍ଚମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା । ରାହୁ ରେଖା ନୀତି ପାଇଁ ଆଜି ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପରମ୍ପରା ଅନୁଯାୟୀ ପ୍ରଥମ ଭୋଗମଣ୍ଡପ ନୀତି ପରେ ଭିତରୁ ଜୟ ବିଜୟ ଦ୍ବାର ବନ୍ଦ କରାଯିବ। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବାୟତମାନେ ରାହୁ ରେଖା ଲାଗି କରିବେ [...]
Odiaକ୍ରିକେଟର ସବୁ ଫର୍ମାଟରୁ ଧାୱନଙ୍କ ଅବସର
ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ନିଜ ୧୪ ବର୍ଷର ସଫଳ କ୍ରିକେଟ୍ କ୍ୟାରିୟରରେ ଯବନିକା ଟାଣିଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ଶନିବାର ଅବସର ଘୋଷଣା କରିଛନ୍ତି ଧାଓ୍ବନ। ୩୮ ବର୍ଷୀୟ ଧାୱନ କହିଛନ୍ତି ଯେ ୨୦୧୦ରେ ବିଶାଖାପାଟନମରେ ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିନିକିଆରେ ଅନ୍ତର୍ଜାତୀୟ ଡେବ୍ୟୁ କରିବା ପରଠାରୁ ସେ ତିନିଟି ଫର୍ମାଟରେ ଜାତୀୟ ଦଳର ପ୍ରତିନିଧିତ୍ୱ କରିଛନ୍ତି ଏବଂ ସେ ଜଣେ ସନ୍ତୁଷ୍ଟ ବ୍ୟକ୍ତି ଭାବେ ଅବସର ନେଉଛନ୍ତି। ଧୱନ ସୋସିଆଲ [...]
Odiaଓଡ଼ିଶାର ପ୍ରତ୍ୟେକ ବ୍ରାହ୍ମଣ ଶାସନରେ ରକ୍ଷା ପଞ୍ଚମୀ ପାଳିତ
ଆଜି ପବିତ୍ର ରକ୍ଷା ପଞ୍ଚମୀ। ଏହି ପର୍ଵ କୁ ଓଡ଼ିଶାରେ ବିଶେଷ କରି ବ୍ରାହ୍ମଣ ଶାସନରେ ନିଷ୍ଠାର ସହିତ ପାଳନ କରାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ପୂଜା ବିଧାନ କରାଯାଇ ରକ୍ଷା କବଚ ବା ଗୃହରେ ବନ୍ଧନ କରାଯାଇଛି। ବ୍ରାହ୍ମଣ ମାନଙ୍କ ଗୃହରେ ଏ ପର୍ବ ପ୍ରାୟତଃ ପାଳନ ହେଇଥାଏ। ଏ ପର୍ବରେ ପ୍ରତିବର୍ଷ ଏ ଦିନ ଗୃହକୁ ରାକ୍ଷସାଦିଙ୍କ ଆକ୍ରମଣରୁ, ରୋଗରୁ ଓ ସର୍ବ୍ୱାପଦରୁ ରକ୍ଷା କରିବା ପାଇଁ ଗୃହର ଦ୍ୱାର ନିକଟସ୍ଥ କାନ୍ଥରେ ଗଣେଶ, ମହାଦେବ [...]
Odiaସୁଭଦ୍ରା ଯୋଜନାରେ ଦିନକୁ ମାତ୍ର ୨୭ ଟଙ୍କା : ବହୁ ଆଡମ୍ବରରେ ଲଘୁ କ୍ରିୟା କହିଲା ବିଜେଡି
ଭୁବନେଶ୍ବର: ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସୁଲତା ଦେଓ କହିଲେ, ଆଜି ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ଏସଓପି ଆସିବା ପରେ ବିଜେପିର ସୁଭଦ୍ରା ଯୋଜନାକୁ ନେଇ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ଚଞ୍ଚକତା କରିଥିବା ଦେଖିବାକୁ ମିଳିଛି ଓ ସୁଭଦ୍ରା ଯୋଜନା ବହୁ ଆଡ଼ମ୍ବରରେ ଲଘୁ କ୍ରିୟାରେ ପରିଣତ ହୋଇଛି। ଉଲ୍ଲେଖଯୋଗ୍ୟ, ରାଜ୍ୟର ଭତ୍ତ ଧାରୀ ମାନଙ୍କ ଭତ୍ତାକୁ ୩୦୦୦ ରୁ ୩୫୦୦ [...]
Odiaବିଜେପି ବିରୋଧରେ ଗର୍ଜିଲା ବିଜେଡି, ସବୁ ବର୍ଗର ଭତ୍ତାଧାରୀଙ୍କ ବର୍ଦ୍ଧିତ ଭତ୍ତା ଗଲା କୁଆଡେ ?
ବରଗଡ଼,୨୨/୮ : ବରଗଡ଼ ଗାନ୍ଧୀ ଛକ ଠାରେ ବିଜେଡ଼ି ପକ୍ଷରୁ ବିଜେପି ବିରୋଧରେ ଆନ୍ଦୋଳନ କରାଯାଇଥିଲା । ଆନ୍ଦୋଳନରେ ବିଜେଡି ପକ୍ଷରୁ କୁହାଯାଇଛି ଯେ, ନିର୍ବାଚନ ସମୟରେ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେପି ନେତ୍ରୁ ମଣ୍ଡଳୀ ଓଡ଼ିଶା ଜନ ସାଧାରଣଙ୍କୁ ପ୍ରତି ବର୍ଗର ଭତ୍ତାଧାରୀଙ୍କୁ ୩ ହଜାର ଟଙ୍କା ଭତ୍ତା ପ୍ରଦାନ, ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା, ଧାନର ସହାୟକ ମୂଲ୍ୟ ୩୧ ଶହ ଟଙ୍କା ବୃଦ୍ଧି ଭଳି ଅନେକ ସୁନେଲି [...]
Odiaଚିକିଟି ମଦ ମୃତ୍ୟୁ: ବଦଳିଲେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ, ୨ ନିଲମ୍ବିତ, ଅନୁଧ୍ୟାନ କଲା ବିଜେଡି ତଥ୍ୟ ଅନୁସନ୍ଧାନକାରୀ ଦଳ
ବ୍ରହ୍ମପୁର: ଚିକିଟିରେ ବିଷାକ୍ତ ମଦ୍ୟପାନ ଘଟଣାରେ ୨ ଜଣଙ୍କ ମୃତ୍ୟୁ ଓ ୨୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ରାଜ୍ୟ ସରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି।ବେଆଇନ ମଦ କାରବାର ରୋକିବାରେ ବିଫଳତା ନେଇ ବ୍ରହ୍ମପୁର ଅବକାରୀ ଜିଲ୍ଲାର ବିଭାଗୀୟ ଇନ୍ସପେକ୍ଟର୍ ରମେଶ ଚନ୍ଦ୍ର ମହାନ୍ତି ଏବଂ ସବ୍-ଇନ୍ସପେକ୍ଟର୍ ପ୍ରସନ୍ନ କୁମାର ଜାଲି ନିଲମ୍ବିତ ହୋଇଛନ୍ତି। ସେହିପରି ବ୍ରହ୍ମପୁର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପ୍ରଦୀପ ପାଣିଗ୍ରାହୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବିଭାଗୀୟ ଲୋକସମ୍ପର୍କ ଅଧିକାରୀ ସୁଜିତ ରଞ୍ଜନ ସ୍ୱାଇଁ ସୂଚନା [...]
Odiaହିଞ୍ଜିଳି ଦୁର୍ଘଟଣାରେ ୫ ମୃତ: ଏମକେସିଜିରେ ଆହତଙ୍କୁ ଭେଟିଲେ ପରିବହନ ମନ୍ତ୍ରୀ, କମିଶନର୍
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟରେ ସଡ଼କ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୫ ହୋଇଛି। ଏଥିରେ ଜଣେ ବସ୍ ଯାତ୍ରୀ, ତିନି ଜଣ ସ୍ଥାନୀୟ ବାସିନ୍ଦା, ଜଣେ ଟ୍ରକ୍ ହେଲପର୍ ରହିଛନ୍ତି। ଟ୍ରକଟି ରାସ୍ତାକଡ଼ରେ ପାର୍କିଂ କରିଥିଲା। ଡ୍ରାଇଭର୍ ଚାହା ପିଇବାକୁ ଯାଇଥିଲା ବେଳେ ହେଲପର୍ ଗାଡ଼ି ପଛପଟେ ସଜାଡୁ ଥିଲା ବେଳେ ଆସିକା ପଟକୁ ଯାଉଥିବା ଟ୍ୟାଙ୍କର୍ ପ୍ରଥମେ ତାକୁ ଧକ୍କା ଦେଇଥିଲା। ସେଠାରେ ହିଁ ହେଲପରଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଜୀବନ ଚାଲି [...]
Odiaବସ୍- ଅଏଲ୍ ଟ୍ୟାଙ୍କର୍ ଧକ୍କା, ରାସ୍ତାକଡ ଚାହା ଦୋକାନ ଉପରେ ମାଡ଼ି ଗଲା: ୪ ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକବ୍ୟକ୍ତ
ବ୍ରହ୍ମପୁର: ଗୁରୁବାର ସକାଳ ପ୍ରାୟ ୫ଟା ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମରଝୋଳ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି।ଦ୍ରୁତ ଗତି ଆଣିଛି ମହାବିପତ୍ତି। ଓଭରଟେକ୍ ଉଦ୍ୟମ ବେଳେ ଏକ ଟ୍ୟାଙ୍କର୍ ପ୍ରଥମେ ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇଥିଲା। ପରେ ଉଭୟ ଗାଡ଼ି ରାସ୍ତା କଡରେ ଥିବା ଏକ ଚାହା ଦୋକାନ ଉପରେ ମାଡ଼ି ଯାଇଥିଲେ। ଏଥିରେ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ବସ୍ ଯାତ୍ରୀ [...]
Odiaବ୍ରହ୍ମପୁର ଡ୍ରେନରେ ଭାସି ଶିଶୁ ମୃତ
ବ୍ରହ୍ମପୁର: ଭୁବନେଶ୍ବର ଘଟଣା ବ୍ରହ୍ମପୁରରେ ପୁନରାବୃତ୍ତି ହେଲା। ପ୍ରବଳ ବର୍ଷା ପରେ ଡ୍ରେନରେ ପାଣିର ପ୍ରଖର ସୁଅରେ ଜଣେ ନାବାଳକ କୈାଣସିମତେ ସେଥିରେ ଭାସି ଯାଇ ପ୍ରାଣ ହରାଇଛି। ବୁଧବାର ବିଳମ୍ୱିତ ସନ୍ଧ୍ୟାରେ ଲକ୍ଷ୍ମୀନୃସିଂହ ସାହି ୧୪ ନମ୍ବର ଗଳିରେ ଏହି ଅଘଟଣ ଘଟିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳ ନିକଟ ପଙ୍କରୁ ନାବାଳକର ମୃତ ଦେହ ଉଦ୍ଧାର କରିଛି। ନାବାଳକର ନାଁ ସାଇରାମ ପାତ୍ର (୧୧ ବର୍ଷ ବୟସ) ଓ ସେ ଡାଇମଣ୍ଡ ଟ୍ୟାଙ୍କ୍ ରୋଡସ୍ଥିତ ମା’ [...]
