Odiaକେନ୍ଦୁଝର ଓ ସୋନପୁରରେ ହେବ ଇ.ଏସ.ଆଇ ହସ୍ପିଟାଲ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ନୂଆ ଇ.ଏସ.ଆଇ ହସ୍ପିଟାଲ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। କେନ୍ଦୁଝର ଓ ସୋନପୂର ସହରରେ ଏହି ଦୁଇଟି ହସ୍ପିଟାଲ ପ୍ରତିଷ୍ଠା ହେବ। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ଶ୍ରମିକ ଶ୍ରେଣୀର ଲୋକ ଓ ସେମାନଙ୍କ ପରିବାର ଉତ୍ତମ ସ୍ବାସ୍ଥ୍ୟ ସେବା ପାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ବାଲ କାଣ୍ଡ କହି ପ୍ରିୟ ବଚନ ପ୍ରିୟା ସମୁଝାଈ । ଲଗେ ମାତୁ ପଦ ଆସିଷ ପାଈ ॥ ବେଗି ପ୍ରଜା ଦୁଖ ମେଟବ ଆଈ । ଜନନୀ ନିଠୁର ବିସରି ଜନି ଜାଈ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମଚନ୍ଦ୍ର ପ୍ରିୟ କୋମଳ କଥାରେ ପ୍ରିୟତମା ପତ୍ନୀ ସୀତାଙ୍କୁ ବୁଝାଇଲେ । ପୁଣି ମାତା କୌଶଲ୍ୟାଙ୍କ ପାଦତଳେ ପ୍ରଣାମ କରି ମା’ଙ୍କ ଠାରୁ ଆଶିର୍ବାଦ ପ୍ରାପ୍ତ କଲେ । ମାତା କୌଶଲ୍ୟା କହିଲେ, ପୁତ୍ର ! [...]
ଗୀତା ଉପଦେଶ :- ବାସ୍ତବରେ ଭଗବାନଙ୍କର ଦୀପ୍ତି ଅସୀମ ଅଟେ, ଏହାକୁ ସୂର୍ଯ୍ୟଙ୍କର ଦୀପ୍ତି ଦ୍ୱାରା ମାପି ହେବ ନାହିଁ

Odiaଗୀତା ଉପଦେଶ :- ବାସ୍ତବରେ ଭଗବାନଙ୍କର ଦୀପ୍ତି ଅସୀମ ଅଟେ, ଏହାକୁ ସୂର୍ଯ୍ୟଙ୍କର ଦୀପ୍ତି ଦ୍ୱାରା ମାପି ହେବ ନାହିଁ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ମହାଭାରତ ଯୁଦ୍ଧ ରେ ନିଜର ବିଶ୍ଵରୂପ ଦର୍ଶନ କରାଉଛନ୍ତି।ଅର୍ଜୁନ ଦେଖୁଛନ୍ତି :- ଦିବି ସୂର୍ଯ୍ୟସହସ୍ରସ୍ୟ ଭବେଦ୍ୟୁଗପଦୁତ୍ଥିତା । ଯଦି ଭାଃ ସଦୃଶୀ ସା ସ୍ୟାଦ୍ଭାସସ୍ତସ୍ୟ ମହାତ୍ମନଃ ।।୧୨।। ଅର୍ଥାତ୍ ;- ସଞ୍ଜୟ ବର୍ତ୍ତମାନ ବିଶ୍ୱରୂପର ଦୀପ୍ତି ବର୍ଣ୍ଣନା କରୁଛନ୍ତି । ଏହାର ଉଜ୍ଜ୍ୱଳମୟ କାନ୍ତି ସମ୍ବନ୍ଧରେ ସାମାନ୍ୟ ଧାରଣା ଦେବା ପାଇଁ, ସେ ଏହାକୁ ମଧ୍ୟାହ୍ନ ଆକାଶରେ ଏକ ସଙ୍ଗେ ଏକ ହଜାର ସୂର୍ଯ୍ୟ ପ୍ରଜ୍ଜ୍ୱଳିତ ହେବାର କାନ୍ତି ସହିତ ତୁଳନା କରୁଛନ୍ତି [...]
Odiaଖଲ୍ଲିକୋଟ: ପୋଖରୀରେ ବୁଡ଼ି ଭାଇ ଭଉଣୀ ମୃତ, ଅନ୍ୟ ଜଣେ ଶିଶୁ ଉଦ୍ଧାର
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତର ମରେଇନୂଆଗାଁ ପୋଖରୀରେ ଆଜି ଭାଇ ଭଉଣୀଙ୍କ ଜଳ ସମାଧି ଘଟିଛି। ଗାଧୋଉଥିବା ସମୟରେ ପାଣିରେ ଦୁହେଁ ବୁଡ଼ି ଯାଇଥିଲେ। ତେବେ ଅନ୍ୟ ଜଣେ ଶିଶୁକୁ ଗ୍ରାମବାସୀ ଉଦ୍ଧାର କରିବାରୁ ସେ ବଞ୍ଚି ଯାଇଛି। ମୃତକ ହେଲେ ମରେଇନୂଆଗାଁର ରାଜେନ୍ଦ୍ର ଶବରଙ୍କ ୬ ବର୍ଷର ପୁଅ ସୁଦୀପ ଶବର ଓ ୩ ବର୍ଷର ଝିଅ ରୋଷନି ଶବର। ସେହି ଗ୍ରାମର ଆଉ ଜଣେ ୨ ବର୍ଷର ଝିଅ [...]
Odiaରାଜ୍ୟ ପରିବହନ ମନ୍ତ୍ରୀଙ୍କ ବଡ଼ ସୂଚନା: ଜବତ ହେବ ଫିଟନେସ୍ ନଥିବା ଗାଡ଼ି
ଭୁବନେଶ୍ବର: ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ ପାଇଁ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ କହିଛନ୍ତି, ବିନା ଫିଟନେସରେ ଚାଲୁଥିବା ଗାଡ଼ି ଗୁଡ଼ିକୁ କେବଳ ଜରିମାନା ନୁହେଁ, ଆଇନ ଅନୁଯାୟୀ ଜବତ କରାଯିବା ସହ ମାମଲା ରୁଜୁ କରାଯିବ। ଫିଟନେସ୍ ନଥିବା ଗାଡ଼ି ବିରୋଧରେ ରାଜ୍ୟବ୍ୟାପି ହେବ ଜୋରଦାର ଧରପଗଡ଼। ଏଣିକି ସଂପକ୍ତ ଗାଡ଼ିକୁ ସିଧା ସିଜ୍ କରାଯିବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ସଡ଼କ ସୁରକ୍ଷା [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ବାଲ କାଣ୍ଡ ଫିରିହି ଦସା ବିଧି ବହୁରି କି ମୋରୀ । ଦେଖିହଉଁ ନୟନ ମନୋହର ଜେରୀ ।ସୁଦିନ ସୁଧରୀ ତାତ କବ ହୋଇହି । ଜନନୀ ଜିଅତ ବଦନ ବିଧୁ ଜୋଇହି ॥ ଭାବାର୍ଥ :- ମାତା କୌଶଲ୍ୟା କହିଲେ, ହେ ବିଧାତା ! ମୋର ଏହି ଦଶା କ’ଣ ବଦଳିବ ? ସତରେ କ’ଣ ମୋର ଆଖିରେ ଆଉ ଥରେ ମୋ ପୁଅ ବୋହୁଙ୍କ ଏହି ମନୋହର ଯୋଡି କୁ ଦେଖିପାରିବି ? ହେ [...]
Odiaଗୀତା ଉପଦେଶ:- ଆଧ୍ୟାତ୍ମିକ ଲକ୍ଷ୍ୟପ୍ରାପ୍ତି ପାଇଁ ନିଶ୍ଚିତ ଭାବେ ତ୍ୟାଗର ଆବଶ୍ୟକତା ଅଛି
ବାଖ୍ୟା :- ଶ୍ରୀକୃଷ୍ଣ ବର୍ତ୍ତମାନ ଉଚ୍ଚଶ୍ରେଣୀର ତ୍ୟାଗ ବିଷୟରେ ଆଲୋଚନା କରୁଛନ୍ତି, ଯେଉଁଠାରେ ଆମେ ବିହିତ କର୍ମ କରିଥାଉ, କିନ୍ତୁ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିଥାଉ । ସେ ଏହାକୁ ସର୍ବଶ୍ରେଷ୍ଠ ତ୍ୟାଗ ରୂପେ ଅଭିହିତ କରିଛନ୍ତି, ଯାହା ସାତ୍ତ୍ୱିକ ଗୁଣରେ ସ୍ଥିତ ହୋଇଥାଏ।* “କାର୍ଯ୍ୟମିତ୍ୟେବ ଯତ୍କର୍ମ ନିୟତଂ କ୍ରିୟତେଽର୍ଜୁନ। ସଙ୍ଗଂ ତ୍ୟକ୍ତ୍ୱା ଫଳଂ ଚୈବ ସ ତ୍ୟାଗଃ ସାତ୍ତ୍ୱିକୋ ମତଃ।” ହେ ଅର୍ଜୁନ ! ଯେତେବେଳେ କର୍ତ୍ତବ୍ୟର ଆହ୍ୱାନରେ କର୍ମ କରାଯାଇଥାଏ ଏବଂ କର୍ମଫଳ [...]
Odiaନବୀନ ବାବୁଙ୍କ ଗିରଫ ଦାବିକୁ ବିଜେଡି ବିଧାୟକଙ୍କ କଡା ସମାଲୋଚନା
ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କରି ସମାଲୋଚନାର ଶିକାର ହୋଇଛନ୍ତି ସଂସଦୀୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଗତକାଲି ବିଧାନସଭାର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କକ୍ଷ ତ୍ୟାଗ କରିଥିଲେ ନବୀନଙ୍କ ସମେତ ସମସ୍ତ ବିଜେଡି ବିଧାୟକ। ଏହାକୁ ସମାଲୋଚନା କରି ମୁକେଶ ଆଜି ନବୀନ ବାବୁଙ୍କ ଗିରଫ ଦାବି କରିଛନ୍ତି। ବିରୋଧୀ ଦଳ ନେତା ଗୃହର କାର୍ଯ୍ୟରେ ତଥା ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବାଧା ସୃଷ୍ଟି କରି ଅଗଣତାନ୍ତ୍ରିକ [...]
Odiaଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍ ଇଣ୍ଡିଆ
ପାଲେକେଲ: ନୂଆ କୋଚ୍ ଗୌତମ ଗମ୍ଭୀର ଓ ନବନିଯୁକ୍ତ ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ହ୍ୱାଇଟ୍ ବଲ୍ ସିରିଜ୍ ଖେଳିବା ପାଇଁ ଶ୍ରୀଲଙ୍କାରେ ପହଞ୍ଚିଛି । ଭାୟା କଲମ୍ବୋ ହୋଇ ଶ୍ରୀଲଙ୍କାରେ ପହଞ୍ଚିବା ପରେ ଏଠାରେ ଟି୨୦ ବିଶ୍ୱ ଚାମ୍ପିୟନ ଭାରତୀୟ ଦଳକୁ ଉଚ୍ଛ୍ୱସିତ ସ୍ୱାଗତ ଦିଆଯାଇଥିଲା । ଭାରତୀୟ ଖେଳାଳି ପ୍ରଶଂସକ ମାନଙ୍କୁ ଅଟୋଗ୍ରାଫ୍ ଦେବା ସହ ସେମାନଙ୍କ ସହ ସେଲ୍ଫି ନେଇଥିଲେ । ୧୫ ଜଣିଆ ଭାରତୀୟ ଦଳ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁନୁ ସୁଭ କଥା ଭବାନି ରାମଚରିତ ମାନସ ବିମଲ । କହା ଭୁସୁଂଡି ବଖାନି ସୁନା ବିହଗ ନାୟକ ଗରୁଡ଼ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ନିର୍ମଳ ଶ୍ରୀରାମଚରିତ ମାନସର ସେହି ମଙ୍ଗଳମୟୀ କଥାକୁ ଶୁଣ, ଯାହାକୁ କାକଭୁସୁଣ୍ଡି ବହୁତ ରୋଚକ ଢ଼ଙ୍ଗରେ କହିଲେ ଆଉ ପକ୍ଷୀ ମାନଙ୍କ ରାଜା ଗରୁଡଦେବ ତାକୁ ଶୁଣିଥିଲେ ।
