Odiaଦେବଗଡରେ ହାତୀଦାନ୍ତ କାରବାର ଚାଲିଥିଲା ବେଳେ ୩ ଜଣ ଗିରଫ
ଦେବଗଡ଼ – ହାତୀଦାନ୍ତ ଡିଲ୍ କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଛିବନ ବିଭାଗ । ଦେବଗଡ ବନଖଣ୍ଡ ଅଞ୍ଚଳରେ ଥିବା ଏକ ହୋଟେଲରେ ଚାଲିଥଲା ହାତୀଦାନ୍ତ କାରବାର। ଖବର ପାଇ ବନ ବିଭାଗ ଚଢ଼ାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଦେବଗଡ଼ ଲାଲୁ ସାହିର ପ୍ରେମରାଜ ସାହୁ, ଦେବଗଡ଼ର କପଟଦାର ଓ ଦିଲ୍ଲୀର ରାଜେଶ କୁମାର। ପ୍ରେମରାଜ ସାହୁ ଜଣେ ଗହଣା ବ୍ୟବସାୟୀ [...]
Odiaବହୁବର୍ଷର ସ୍ୱପ୍ନ ସାକାର : ସମଲେଇ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର – ଲୋକାର୍ପିତ ହୋଇଛି ଭବ୍ୟ ସମଲେଇ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ ମା’ ସମଲେଶ୍ବରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ମା’ଙ୍କ ପାଖରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରକଳ୍ପ ଲୋକାର୍ପଣ ସହ ସମ୍ବଲପୁର ସମେତ ସାରା ପଶ୍ଚିମ ଓଡ଼ିଶାବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଛି । ୪୦ ଏକର ଜମିରେ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟରେ ସମଲେଇ ପ୍ରକଳ୍ପ [...]
Odiaଆମେରିକାରେ ପ୍ରଥମ, ନାଇଟ୍ରୋଜେନ୍ ଗ୍ୟାସ୍ ଦ୍ବାରା ମୃତ୍ୟୁଦଣ୍ଡ
ଓ୍ୱାଶିଂଟନ: ଆମେରିକାର ଆଲାବାମାରେ ଜଣେ ହତ୍ୟା ଅଭିଯୁକ୍ତକୁ ଭିନ୍ନ ଏକ ଉପାୟରେ ମୃତ୍ୟୁଦଣ୍ଡ ଦିଆଯାଇଛି । ଅଭିଯୁକ୍ତ ଜଣକୁ ନାଇଟ୍ରୋଜେନ ଗ୍ୟାସ୍ ଦେଇ ମୃତ୍ୟୁଦଣ୍ଡ ଦିଆଯାଇଛି । ଆମେରିକାରେ ପ୍ରଥମ ଥର ମୃତ୍ୟୁଦଣ୍ଡ ପାଇଁ ଏପରି ପଦ୍ଧତି ବ୍ୟବହାର କରାଯାଇଛି । ନାଇଟ୍ରୋଜେନ ଗ୍ୟାସ୍ ମାଧ୍ୟମରେ ମୃତ୍ୟୁଦଣ୍ଡ ଦେବାରେ ବିଶ୍ଵର ପ୍ରଥମ ଦେଶ ହୋଇଛି ଆମେରିକା । ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କେନେଥ ସ୍ମିଥ ନାମକ ବ୍ୟକ୍ତିଙ୍କୁ ନାଇଟ୍ରୋଜେନ୍ ଗ୍ୟାସ୍ ଦ୍ବାରା ମୃତ୍ୟୁଦଣ୍ଡ ଦିଆଯାଇଛି [...]
Odiaଦୁଇ ଜଣଙ୍କୁ ଦଳିଲା ଦନ୍ତା
ଦେବଗଡ଼ – ଦେବଗଡ଼ ବନାଞ୍ଚଳରେ ମାତିଲେ ହାତୀ । ଲଇମୁରା ବନଖଣ୍ଡ ଟିପିରିସିଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ଜଣ ପ୍ରାଣ ହରାଇଛନ୍ତି। ଜଣେ ଯୁବତୀ ଓ ଜଣେ ମହିଳାଙ୍କୁ ଦଳି ଦେଇଛି ଦନ୍ତା । ମୃତକଙ୍କ ନାଁ ସୁରୁବାଲି କିସାନ ଓ ଖଇରି କିସାନ ବୋଲି ଜଣାପଡ଼ିଛି। ବିଳମ୍ବିତ ରାତିରେ କାନ୍ଥ ଭାଙ୍ଗି ମୃତକଙ୍କ ଘର ଭିତରେ ପଶିଥିଲା ଦନ୍ତା ହାତୀ। ଜୀବନ ବିକଳରେ ଦୌଡ଼ି ପଳାଉଥିବା ବେଳେ ଦୁଇ ଜଣଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ [...]
Odiaସମଲେଇ ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
ଭୁବନେଶ୍ୱର – ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଯେ, ମାଆ ସମଲେଶ୍ବରୀ ହେଉଛନ୍ତି ସାରା ଓଡିଶାର ଆରାଧ୍ୟ ଦେବୀ। ଭକ୍ତଙ୍କ ଆସ୍ଥା ଓ ପ୍ରାଣ କେନ୍ଦ୍ର ହେଉଛି ସମଲେଶ୍ବରୀ ମନ୍ଦିର। କୋଟି କୋଟି ଶ୍ରଦ୍ଧାଳୁଙ୍କର ଭାବ ମାଆଙ୍କର ଆସ୍ଥାନ ସହ ଯୋଡି ହୋଇଛି। ଲୋକଙ୍କ ସେହି ଭାବ ଓ ଆବେଗକୁ ସମ୍ମାନ ଜଣାଇ ମାଆଙ୍କ ମନ୍ଦିରର ରୂପାନ୍ତରଣ କରାଯାଇଛି। ମାଆଙ୍କର ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର [...]
Odiaସୋସିଆଲ ମିଡିଆରେ ମା’ ସମଲେଶ୍ବରୀଙ୍କ ମହିମା ବନ୍ଦନା ପୋଷ୍ଟ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ଲୋକାର୍ପିତ ହେବ ସମଲେଇ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଯାଇ ପ୍ରକଳ୍ପ ଲୋକାର୍ପଣ କରିବେ । ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ବରୀ ମନ୍ଦିରରେ ପହଞ୍ଚିବେ । ଲୋକାର୍ପଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ ସମଲେଶ୍ବରୀଙ୍କ ସମ୍ପର୍କିତ ଏକ ସୁନ୍ଦର ଓ ଭାବପୂର୍ଣ୍ଣ ଭିଡିଓ ଭଜନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସଭିଙ୍କ ଉପରେ ଥାଉ ମାଁ ତୋ ଆଶିଷର ଡୋରୀ, ଜୟ ମାଁ ସମଲେଶ୍ବରୀ ? #SAMALEIProject pic.twitter.com/zfciKj9e48 [...]
ଆଦିବାସୀ ମେଳା ଉଦଘାଟିତ
ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀ ମେଳା- ୨୦୨୪ ଆରମ୍ଭ ହୋଇଛି। ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଉଦଘାଟନ କରିଥିଲେ । ଫେବ୍ରୁଆରୀ ୫ ତାରିଖ ଯାଏଁ ଚାଲିବ ମେଳା । ମେଳାରେ ଜନଜାତିଙ୍କଦ୍ୱାରା ପ୍ରସ୍ତୁତ ଓ ସଂଗୃହୀତ କଳାସାମଗ୍ରୀ, ଲଘୁ ବନଜାତ ଦ୍ରବ୍ୟ, କୃଷିଜାତ [...]
Odiaଦଶପଲ୍ଲା ନିକଟରେ ଟ୍ରକ୍ – ପିକନିକ ବସ୍ ଧକ୍କା : ୩ ମୃତ , ୧୧ ଆହତ
ନୟାଗଡ଼ – ପିକନିକ ବସ୍ ଦୁର୍ଘଟଣାଗ୍ରସ୍ତ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଶାଳଭଙ୍ଗା ଛକ ନିକଟରେ ହରିଶଙ୍କର ଯାଉଥିବା ପିକନିକ ବସକୁ ଏକ ଟ୍ରକ ପିଟିବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ମିଳିଥିବା ସୂଚନା ଅନୁସାରେ ଦଶପଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୦ରୁ ଅଧିକ ଛାତ୍ରଛାତ୍ରୀ ପିକନିକ୍ ପାଇଁ ବଲାଙ୍ଗିର ଜିଲ୍ଲା ହରିଶଙ୍କରକୁ ଯାଉଥିଲେ। ତେବେ ବୁଗୁଡ଼ା ନିକଟ [...]
ଆଜି ସମଲେଇ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, କହିଲେ ମା’ଙ୍କ ଆଶୀର୍ବାଦରୁ ପ୍ରକଳ୍ପ ହୋଇଛି
ସମ୍ବଲପୁର – ୫-ଟି ଉପକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରମୁଖ ମନ୍ଦିରର ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନବୀନ ସରକାର । ସେହି କ୍ରମରେ ଆଜି ପଶ୍ଚିମ ଓଡିଶାର ଆରାଧ୍ୟା ସମ୍ବଲପୁରର ମା’ ସମଲେଶ୍ବରୀଙ୍କ ପ୍ରସିଦ୍ଧ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ହୋଇଛି । ଜଗଜ୍ଜନନୀ ପରମ ଆରାଧ୍ୟା ମା’ ସମଲେଶ୍ୱରୀ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଦେବୀ ଆରାଧନାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନାର କେନ୍ଦ୍ରବିନ୍ଦୁ। ସମଲେଶ୍ୱରୀଙ୍କ ଐତିହାସିକ ମନ୍ଦିରର ରୂପାନ୍ତରଣ ସେହି ଚେତନାର ଏକ ପ୍ରତିଫଳନ। ସମ୍ବଲପୁର [...]
Odiaଗଜପତି ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ପାରମ୍ପରିକ ରୀତିରେ ପୁଷ୍ୟାଭିଷେକ ନୀତି ସମ୍ପର୍ଣ୍ଣ
ପୁରୀ: ଗଜପତି ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି । ଗଜପତିଙ୍କ ଶାସନ ଶୁଭ ଓ ମଙ୍ଗଳପ୍ରଦ ହେବା ସହ ରାଷ୍ଟ୍ରର କଲ୍ୟାଣ ପାଇଁ ପୂଜା ଅର୍ଚ୍ଚନା କରାଯାଇଛି। ଗଜପତି ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି । ପଞ୍ଚଦେବତା ପୂଜା ସହିତ ବୈଦିକ ମନ୍ତ୍ର ଉଚ୍ଚାରଣ ଓ ରାମଭିଷେକ ନୀତି ପରେ ଗଜପତି ମହାରାଜଙ୍କ ଅଭିଷେକ ନୀତି ସମ୍ପର୍ଣ୍ଣ ହୋଇଥିଲା । ଷୋଳ ଶାସନ, 32କରବାଡ଼ ବ୍ରାହ୍ମଣ ଓ ପଣ୍ଡିତମାନେ ପରମ୍ପରା ଅନୁଯାୟୀ [...]
