ବୋପାନ୍ନା ଜିତିଲେ ଅଷ୍ଟ୍ରେଲିଆନ ଓପନ ପୁରୁଷ ଡବଲ୍ସ ଟାଇଟଲ୍, ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିବାରେ ସବୁଠୁ ବୟସ୍କ ଖେଳାଳି

Odiaବୋପାନ୍ନା ଜିତିଲେ ଅଷ୍ଟ୍ରେଲିଆନ ଓପନ ପୁରୁଷ ଡବଲ୍ସ ଟାଇଟଲ୍, ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିବାରେ ସବୁଠୁ ବୟସ୍କ ଖେଳାଳି
ମେଲବୋର୍ଣ୍ଣ: ଭାରତୀୟ ଟେନିସ୍ ଷ୍ଟାର ରୋହନ ବୋପାନ୍ନା ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନଙ୍କ ସହ ମିଶି ଅଷ୍ଟ୍ରେଲିଆନ ଓପନ୍ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି । ବୋପାନ୍ନା-ଏବଡେନ୍ ଯୋଡି ଶନିବାର ଫାଇନାଲରେ ସିମୋନ ବୋଲେଲି ଓ ଆଣ୍ଡ୍ରେଆ ଭାଭାସୋରିଙ୍କୁ ହରାଇ ଟାଇଟଲ୍ ହାତେଇଛନ୍ତି । ଏଥିସହ ପୁରୁଷ ବର୍ଗରେ ଏକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାରେ ତୃତୀୟ ଭାରତୀୟ ଖେଳାଳି ହୋଇଛନ୍ତି ବୋପାନ୍ନା । ଦ୍ୱିତୀୟ ସିଡ୍ ବୋପାନ୍ନା-ଏବଡେନ୍ ଯୋଡି ଏକ ଘଣ୍ଟା ୩୯ ମିନିଟ୍ ଧରି [...]
Odiaଭାରତର ବାଟ ଓଗାଳିଲେ ପୋପ୍, ରୋମାଞ୍ଚକ ସ୍ଥିତିରେ ହାଇଦ୍ରାବାଦ ଟେଷ୍ଟ
ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକ ମୋଡରେ ପହଞ୍ଚିଛି । ଓଲି ପୋପଙ୍କ ଲଢ଼ୁଆ ଶତକ ସହାୟତାରେ ଇଂଲଣ୍ଡ ବିପର୍ଯ୍ୟୟରୁ ମୁକୁଳି ଭାରତକୁ କଡ଼ା ଟକ୍କର ଦେଇଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୬ ଓ୍ବିକେଟ୍ ହରାଇ ୩୧୬ ରନ୍ କରିନେଇଛି । ଭାରତର ଶୀଘ୍ର ବିଜୟ ଆଶାକୁ ଧୂଳିସାତ୍ କରିଦେଇଛନ୍ତି ଓଲି ପୋପ୍ । ହାତରେ ଆହୁରି ୪ ଓ୍ବିକେଟ୍ ବାକିଥିବା ବେଳେ [...]
Odiaଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଦ୍ଵିତୀୟ ବୃହତ ଆଧ୍ୟାତ୍ମିକ ପୀଠର ରୂପାନ୍ତର ସମଲେଇ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର – ପୂର୍ବରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା’ ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ। ପୂର୍ବରୁ ପଶ୍ଚିମ ଯାଏ ସବୁଆଡେ ଦିବ୍ୟତାର, ଭାବ୍ୟତାର, ଆଧ୍ୟାତ୍ମିକତାର ଅନୁଭବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ ଙ୍କ ଦର୍ଶନ ଓ ପ୍ରାର୍ଥନା କରି ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ତା ପରେ,ଶହ ଶହ ସାଧୁ, ସନ୍ଥ, ସେବକ, ପଣ୍ଡିତଙ୍କ ଗହଣରେ [...]
ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

Odiaସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ
ଭୁବନେଶ୍ଵର – ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ସଂଗଠନର ସଭାପତି ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୁବ ବୟସରେ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇ ସେ କାରାବରଣ କରିଥିଲେ। ଦେଶର ସ୍ବାଧୀନତା ପାଇଁ ତାଙ୍କର ତ୍ୟାଗ ତାଙ୍କୁ ସ୍ମରଣୀୟ କରି ରଖିବ। ସ୍ବାଧୀନତା ପରେ ମଧ୍ୟ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଦେଶର ଯୁବ ସମାଜକୁ [...]
Odiaଆଖି ବୁଜିଲେ ଶତାୟୁ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ
କଟକ – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ ହୋଇଯାଇଛି । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା । ଗୁରୁତର ଅସୁସ୍ଥ ହୋଇ ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗତ ୨୪ ତାରିଖରେ ଏସସିବି ନ୍ୟୁରୋ ସର୍ଜରୀ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଏସସିବିରେ ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସାର ଅନୁଧ୍ୟାନ କରୁଥିଲେ। ଆଜି ତାଙ୍କର ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଛି। ନୀଳମଣି [...]
Odiaବିଜେପି ବିରୋଧରେ କେଜ୍ରିୱାଲଙ୍କ ଅଭିଯୋଗ: ଦଳ ଛାଡ଼ିବାକୁ ୭ ଆପ୍ ବିଧାୟକଙ୍କୁ ମିଳିଛି ୨୫ କୋଟିର ଅଫର୍
ନୂଆଦିଲ୍ଲୀ: ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି ଛାଡିବାକୁ ଦଳର ୭ ଜଣ ବିଧାୟକଙ୍କୁ ବିଜେପି ୨୫ କୋଟି ଯାଚିବା ସହ ବିଜେପି ଟିକେଟ୍ ଦେବାକୁ କହିଛି । ବିଜେପି ଦିଲ୍ଲୀରେ ‘ଅପରେସନ୍ ଲୋଟସ୍ ୨.୦’ ଆରମ୍ଭ କରିଛି ବୋଲି ଦିଲ୍ଲୀ ମନ୍ତ୍ରୀ ଅତିଶୀ ମଧ୍ୟ ଅଭିଯୋଗ କରିଛନ୍ତି । ଗଣତାନ୍ତ୍ରିକ ଭାବେ ନିର୍ବାଚିତ ଆପ୍ [...]
Odiaଟେଷ୍ଟ କ୍ରିକେଟରେ ପ୍ରଥମ ଥର ଭାରତର ତିନି ବ୍ୟାଟ୍ସମ୍ୟାନ୍ କଲେ ଏପରି ରେକର୍ଡ
ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବିଜୟର ବାସ୍ନା ବାରୁଛି । ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର୍ ୨୪୬ ରନ୍ ଜବାବରେ ଭାରତ ୪୩୬ ରନ୍ କରି ଆଉଟ୍ ହୋଇଛି । ମୋଟ ୧୯୦ ରନର ଅଗ୍ରଣୀ ସହ ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇଛି ଭାରତ । ତେବେ ପ୍ରଥମ ଇନିଂସ୍ ବେଳେ ଭାରତୀୟ ଦଳ ସହ ଯୋଡି ହୋଇଛି ଏକ ନିଆରା ରେକର୍ଡ । ଭାରତର ତିନି ଜଣ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ, କେ.ଏଲ୍ [...]
Odiaସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ମା’ ସମଲେଇ ପ୍ରକଳ୍ପ
ଭୁବନେଶ୍ବର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପିତ ହୋଇଥିବା ସମଲେଇ ପ୍ରକଳ୍ପକୁ ନେଇ ଚର୍ଚ୍ଚା ହେଉଛି । ସମଗ୍ର ପଶ୍ଚିମ ଓଡ଼ିଶାର ଆରାଧ୍ୟା ଦେବୀ ମା’ ସମଲେଶ୍ବରୀଙ୍କ ଐତିହାସିକ ମନ୍ଦିରର ରୂପାନ୍ତରଣକୁ ସବୁଆଡେ ପ୍ରଶଂସା କରାଯାଉଛି । ୪୦ ଏକର ଜମିରେ ହୋଇଛି ସମଲେଇ ପ୍ରକଳ୍ପ । ସମଲେଇ ପ୍ରକଳ୍ପ ଲୋକାର୍ପଣ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି ଜ ‘JaiMaaSamlei’ । ସମସ୍ତେ ପ୍ରକଳ୍ପର ପରିକଳ୍ପନାରୁ [...]
Odiaପ୍ରତୀକ୍ଷାର ଅନ୍ତ, ମୁଖ୍ୟମନ୍ତ୍ରୀଙ୍କ ହାତରେ ସମଲେଇ ପ୍ରକଳ୍ପ ଲୋକାର୍ପଣ ସଂପୂର୍ଣ୍ଣ
ସମ୍ବଲପୁର: ଅପୂର୍ବ, ଅବର୍ଣ୍ଣନୀୟ ମୁହୁର୍ତ୍ତ। ମାଁ ସମଲେଶ୍ବରୀଙ୍କ ପୀଠର ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଫଳରେ ଶତାଦ୍ଦୀ ଶତାଦ୍ଦୀର ସ୍ବପ୍ନ ଆଜି ବାସ୍ତବ ରୂପ ନେଇଛି। ମାଁ ସମଲେଶ୍ବରୀଙ୍କ ଐତିହ୍ୟ କରିଡର ଏବେ ଅଗଣିତ ଭକ୍ତଙ୍କୁ ଦେଇଛି ଅପୂର୍ବ ଅନୁଭବ। ବହୁ ପ୍ରତୀକ୍ଷିତ ମାଁ ସମଲେଶ୍ବରୀଙ୍କ ପୀଠର ଉନ୍ନୟନ ସଂପର୍କିତ ସମଲେଇ ପ୍ରକଳ୍ପର ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ଯାହ୍ନରେ ମନ୍ଦିର ପରିସରକୁ ଆସି ଏହାର [...]
Odiaରାଜ୍ୟର ସମସ୍ତ ପୌରାଞ୍ଚଳରେ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରାଯିବ
ଭୁବନେଶ୍ବର – ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି। ଏହି ସମ୍ମିଳନୀ ଆସନ୍ତା ଫେବ୍ରୂଆରୀ ୩ରୁ ୫ ତାରିଖ ଯାଏଁ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବାର [...]
