ବ୍ରହ୍ମପୁର ବନଖଣ୍ଡରେ ୧୪୯ ପ୍ରଜାତିର ୨୭ ହଜାର ପକ୍ଷୀ, ୮୪ କୁମ୍ଭୀର
ବ୍ରହ୍ମପୁର: ବ୍ରହ୍ମପୁର ବନଖଣ୍ଡରେ ପକ୍ଷୀ ଓ କୁମ୍ଭୀର ଗଣନା ରିପୋର୍ଟ ପ୍ରକାଶ ପାଇଛି। ଜୈବ ବିବିଧତାରେ ଭରପୁର ଏହି ଅଞ୍ଚଳ ବନ୍ୟଜନ୍ତୁ ତଥା ଜୀବସମ୍ପଦ ପାଇଁ ବେଶ୍ ଅନୁକୂଳ। ଏହି କାରଣରୁ ଏଠାରେ ପଶୁପକ୍ଷୀଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଏହି ବନଖଣ୍ଡରେ ଗତଥର ତୁଳନାରେ ପ୍ରବାସୀ ପକ୍ଷୀଙ୍କ ପ୍ରଜାତି ବୃଦ୍ଧି ପାଇଛି। ଚଳିତ ଥର ବ୍ରହ୍ମପୁର ବନଖଣ୍ଡରେ ୧୪୯ ପ୍ରଜାତିର ୨୬,୯୮୫ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି। ଖପରାଖାଇ, ଲାଞ୍ଜି ଗେଣ୍ଡି, ପାଣିଚିରା ଗେଣ୍ଡି, ରଙ୍ଗ ଗେଣ୍ଡି, [...]
Odiaଆଜି ଦ୍ବିତୀୟ ଟି-୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ, କୋହଲି ଫେରିବେ
ଇନ୍ଦୋର: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ବିତୀୟ ଟି-୨୦ ରବିବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଜିତି ଭାରତ ସିରିଜ୍ କବଜା କରିବାକୁ ଚାହିଁବ। ବ୍ୟକ୍ତିଗତ କାରଣରୁ ପ୍ରଥମ ଟି-୨୦ ଖେଳିପାରିନଥିବା ବିରାଟ କୋହଲି ଫେରିବେ। ସେ ୧୪ ମାସ ପରେ ଏକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିବେ। ତେଣୁ ତାଙ୍କ ଉପରେ ନଜର ରହିବ । ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ୬ ୱିକେଟରେ ଜିତି ଭାରତ ତିନି ମ୍ୟାଚ ବିଶିଷ୍ଟ ସିରିଜରେ [...]
Odiaଆଜିଠୁ ପୁଣି ଖୋଲିଲା ଭିତରକନିକା
ରାଜନଗର – ୯ ଦିନ ବନ୍ଦ ରହିବା ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଚଳିତମାସ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା ଭିତରକନିକା । ୯ ଦିନ ପରେ ଆଜି ଜାତୀୟ ଉଦ୍ୟାନ ଖୋଲିଛି । ଭିତରକନିକାରେ ଗତ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ଚାଲିଥିଲା । ଚଳିତବର୍ଷ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି [...]
Odiaକଂଗ୍ରେସ ଛାଡ଼ିଲେ ମିଲିନ୍ଦ ଦେଓରା, ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗଦେବା ନେଇ ଚର୍ଚ୍ଚା
ମୁମ୍ବାଇ: ମହାରାଷ୍ଟ୍ରରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ମିଲିନ୍ଦ ଦେଓରା ଦଳରୁ ଇସ୍ତଫା ଦେଇଛନ୍ତି। ସେ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନାରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ଦେଓରା ରବିବାର ସକାଳେ କଂଗ୍ରେସରୁ ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ‘ଆଜି ମୋର ରାଜନୈତିକ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଶେଷ ହୋଇଯାଇଛି। ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା [...]
Odiaଆଜିଠୁ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା, ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ମଣିପୁରରୁ ହେବ ଆରମ୍ଭ
ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା ପରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଆଜିଠାରୁ ଆରମ୍ଭ ହେଉଛି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ୧୫ଟି ରାଜ୍ୟ ଦେଇ ୬୭୦୦ କିଲୋମିଟର ଦୂରତା ଅତିକ୍ରମ କରିବ। କଂଗ୍ରେସ ମଣିପୁରରୁ ଏହି ଯାତ୍ରା ଆରମ୍ଭ କରିବ । ଏହି ଯାତ୍ରା ସହ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବ କଂଗ୍ରେସ । କଂଗ୍ରେସର ଏହି ଯାତ୍ରା ରବିବାର ମଣିପୁରର ଥୋବାଲ ଜିଲ୍ଲାର [...]
Odiaଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର: ଯଜ୍ଞ ପାଇଁ ଚାଲିଛି ପ୍ରକ୍ରିୟା, କାଲିଠୁ ଲୋକାର୍ପଣ ଯଜ୍ଞ
ପୁରୀ – ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଶ୍ରୀକ୍ଷେତ୍ର ଉତ୍ସବ ମୁଖର ହେବାରେ ଲାଗିଛି। ଲୋକାର୍ପଣ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ତ୍ରିଦିନାତ୍ମକ ଯଜ୍ଞର ବିଧିବିଧାନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଶୁକ୍ରବାର ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞ ପାଇଁ ଆଚାର୍ଯ୍ୟ ବରଣ କରିବା ସହ ଅଙ୍କୁରାରୋପଣ ହୋଇଥିଲା। ଶନିବାର ଅଙ୍କୁର ପୂଜନ ଓ ପ୍ରଥମ ମଣ୍ଡଳକଟା ହୋଇଛି। ଏଥିସହ ଉତ୍ସର୍ଗ ପୂଜା [...]
Odiaପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସହ ଲୋକାର୍ପଣ ପ୍ରସ୍ତୁତିର ଅନୁଧ୍ୟାନ କଲେ ୫-ଟି ଅଧ୍ୟକ୍ଷ
ପୁରୀ – ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ସକାଳୁ ସକାଳୁ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଛନ୍ତି ୫-ଟି ଅଧ୍ୟକ୍ଷ । ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ହେବାକୁ ଥିବା ଯଜ୍ଞ ଓ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ୫-ଟି ଅଧ୍ୟକ୍ଷ ।
Odiaଗଜପତିରେ ଆଉ ୨୮ଟି ଉଚ୍ଚବିଦ୍ୟାଳୟର ୫-ଟି ରୂପାନ୍ତରୀକରଣ
ପାରଳାଖେମୁଣ୍ଡି: ଚତୁର୍ଥ ପର୍ଯ୍ୟାୟ ୫-ଟି ରୂପାନ୍ତରୀକରଣ ପ୍ରକ୍ରିୟା ଅନ୍ତର୍ଗତ ଗଜପତି ଜିଲ୍ଲାର ଆଉ ୨୮ଟି ଉଚ୍ଚ ବିଦ୍ୟାଳୟର ନବକଳେବର ହୋଇଛି। ଏସବୁ ରୂପାନ୍ତରିତ ହାଇସ୍କୁଲ ଗୁଡ଼ିକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ମୋହନା ବ୍ଲକ୍ ଆଲିଗଣ୍ଡାର ସି.ଏନ୍. ନିର୍ମଳା ବାଳିକା ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ଲୋକାର୍ପଣ କାର୍ଯ୍ୟକ୍ରମ ହୋଇଥିଲା। ଭୁବନେଶ୍ବରରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ ଯୋଗ ଦେଇଥିବା ବେଳୈ ଆଲିଗଣ୍ଡା ଠାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ବ୍ରହ୍ମପୁର [...]
Odiaଆଜି ପବିତ୍ର ନବାଙ୍କ ବେଢା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନବାଙ୍କ ବେଶ
ଆଜି ପବିତ୍ର ନବାଙ୍କ ବେଢା। ଶ୍ରୀଜୀଉମାନେ ପୁଷ୍ପାଳଙ୍କର ରେ ବିଭୂଷିତ ହୋଇ ଭକ୍ତଂକୁ ଦର୍ଶନ ଦେବେ। ଏହି ନବାଙ୍କ ଦିନ ଫୁଲ ମେଲାଣ ନିମନ୍ତେ ମାଳି ମାନେ ବାଘମୁହାଁ ବାନ୍ଧି ମାଳ ଚୁଳ ଜଳ କବରମାନ ଘେନି ଭିତରସେବକ ଙ୍କ ପଟୁଆରରେ ଘଣ୍ଟ ,ଛତା,କାହାଳାଦି ସହ ବଡ଼ଦେଉଳ କୁ ବେଢାଏ ବୁଲି ବେହେରଣ ଠାରେ ବେଶ ନିମନ୍ତେ ପାଳିଆ ସେବକ ମାନଙ୍କୁ ଦେଇଥାନ୍ତି।ଉକ୍ତ ମାଳଚୁଳମାନ ସନ୍ଧ୍ୟା ଆଳତୀ ବେଶରେ ଲାଗି ହୋଇଥାଏ। ନବାଙ୍କ ବେଶ ନିମନ୍ତେ ବଡ଼ଓଡିଆ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନିରଖି ସୈଲ ସରି ବିପିନ ବିଭାଗା । ଭୟଉ ରମାପତି ପଦ ଅନୁରାଗା ॥ ସୁମିରତ ହରିହି ଶ୍ରାପ ଗତି ବାଧୀ । ସହଜ ବିମଲ ମନ ଲାଗି ସମାଧି ॥ ଭାବାର୍ଥ :- ଗଙ୍ଗା ମାତାଙ୍କ କୁଳରେ ସୁନ୍ଦର ପର୍ବତ, ସୁନ୍ଦର ଜଙ୍ଗଲ ଆଉ ବହୁତ ସୁନ୍ଦର ପଶୁପକ୍ଷୀ ଆଦି ଦେଖି ନାରଦ ମୁନିଙ୍କର ମନ ଭଗବାନ ଶ୍ରୀଲକ୍ଷ୍ମୀକାନ୍ତଙ୍କ ପବିତ୍ର ଶ୍ରୀଚରଣରେ ପ୍ରେମ ହୋଇଗଲା । ଭଗବାନ ବିଷ୍ଣୁ ଙ୍କୁ [...]
