Odiaମୁଖ୍ୟମନ୍ତ୍ରୀଙ୍କ ମକର ସଂକ୍ରାନ୍ତି ଶୁଭେଚ୍ଛା
ଭୁବନେଶ୍ୱର – ଆଜି ସାରା ରାଜ୍ୟରେ ହର୍ଷୋଲ୍ଲାସରେ ପାଳନ ହେଉଛି ପବିତ୍ର ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।
Odiaଆଜିଠୁ ବରଗଡ଼ରେ ମହାରାଜ କଂସଙ୍କ ରାଜୁତି
ବରଗଡ଼ – ଆଜିଠୁ ବରଗଡ଼ରେ ଆରମ୍ଭ ହେବ ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ରାଜୁତି । ଦୀର୍ଘ ୧୧ ଦିନ ଧରି ଚାଲିବ କଂସଙ୍କ ରାଜୁତି । ବରଗଡରେ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଆଜିଠୁ ଆରମ୍ଭ ହେଉଛି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ବରଗଡ଼ ସହର ପାଲଟିବ ମଥୁରା ନଗରୀ ଓ ଅମ୍ବାପାଲି ଗାଁ ହେବ ଗୋପପୁର । ଜିରା ନଦୀ ଯମୁନା ଭାବେ ପରିଣତ ହେବ । ଆଜି ଅପରାହ୍ନ ୨ଟାରେ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର [...]
Odiaଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆଜିଠୁ ତ୍ରିଦିନାତ୍ମକ ଯଜ୍ଞ
ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ତାରିଖ ନିକଟତର ହେଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀ ଉତ୍ସବମୁଖର ହୋଇଉଠିଛି । ଚାରିଆଡ଼େ ଆଧ୍ୟାତ୍ମିକ ବାତାବରଣ। ଚଳିତମାସ ୧୭ ତାରିଖରେ ପ୍ରକଳ୍ପ ଲୋକାର୍ପଣ ହେବାକୁ ଥିବା ବେଳେ ଏଥିପାଇଁ ଆଜିଠାରୁ ତ୍ରିଦିନାତ୍ମକ ଯଜ୍ଞ ଆରମ୍ଭ ହେଉଛି। ଯଜ୍ଞ ପାଇଁ ଆଜି ସକାଳ ସାଢେ ୭ରୁ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ ଆଦି ଆରମ୍ଭ ହୋଇଛି। ସେହିପରି ସକାଳ ସାଢେ ୭ରୁ [...]
Odiaଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି
ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ (ପତଳା ସୂତାର ଜାଲିକନା) ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥାଏ । ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି [...]
Odiaଜୈସୱାଲ, ଦୁବେଙ୍କ ବିସ୍ଫୋରଣ, ଭାରତର ସିରିଜ୍ କବଜା
ଇନ୍ଦୋର: ଯଶସ୍ବୀ ଜୈସୱାଲ ଓ ଶିବମ୍ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଭାରତ ରବିବାର ଦ୍ୱିତୀୟ ଟି-୨୦ ମ୍ୟାଚରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଛି । ଏହି ବିଜୟ ସହ ଭାରତୀୟ ଦଳ ୨-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିବା ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ କବଜା କରିନେଇଛି | ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା । ଆଫଗାନିସ୍ତାନ ଠିକ୍ ୨୦ ଓଭରରେ ୧୭୨ [...]
Odiaଜାନୁଆରୀ ୧୭ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନ ସରକାରୀ ଛୁଟି
ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ [...]
Odiaକଂଗ୍ରେସ ଛାଡ଼ିବା ପରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାରେ ଯୋଗଦେଲେ ମିଲିନ୍ଦ ଦେଓରା
ମୁମ୍ବାଇ: କଂଗ୍ରେସ ଛାଡ଼ିବା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମିଲିନ୍ଦ ଦେଓରା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାରେ ଯୋଗ ଦେଇଛନ୍ତି । ଦକ୍ଷିଣ ମୁମ୍ବାଇ ଲୋକସଭା ଆସନର ପୂର୍ବତନ ସାଂସଦ ଦେଓରା ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏକ କାର୍ଯ୍ୟକ୍ରମରେ ଶାସକ ଦଳରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ଦେଓରା ‘ଏକ୍ସ’ ପୋଷ୍ଟରେ କଂଗ୍ରେସରୁ ଇସ୍ତଫା ଘୋଷଣା କରିଥିଲେ। ସେ କହିଥିଲେ, “ମୋର ରାଜନୈତିକ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଆଜି ଶେଷ [...]
Odiaଧରାପଡିଲେ ଲୋକଙ୍କୁ ଠକୁଥିବା ମନସ୍ତତ୍ତ୍ୱ ଅଧ୍ୟାପକ
ଭୁବନେଶ୍ୱର – ଧରାପଡ଼ିଲା ଶିକ୍ଷିତ ଠକ । ଅଧ୍ୟାପନା କରି ବି ଲୋକଙ୍କୁ ମିଠା ମିଠା କଥା କହି ଲୁଟୁଥିବା ଜଣେ ଯୁବକକୁ ଗିରଫ କରାଯାଇଛି। ନିଜକୁ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ ଜଣେ ଠିକାଦାରଙ୍କଠାରୁ ୭ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଜଣେ ଠକକୁ ସାଇବର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ମନୋଜ କୁମାର ମାଝୀ । ତାଠାରୁ ନଗଦ ୨ ଲକ୍ଷ ୬୦ [...]
Odiaପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରାମ ମନ୍ଦିର ଉଦଘାଟନକୁ ମୁସଲିମ ପର୍ସନାଲ ଲ’ ବୋର୍ଡର ବିରୋଧ, କହିଲା ଧର୍ମନିରପେକ୍ଷତାର ହତ୍ୟା
ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଓ କର୍ତ୍ତା ହେବେ । ତେବେ ଏହାକୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ (ଏଆଇଏମପିଏଲବି) ଦୃଢ଼ ବିରୋଧ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ରାମ ମନ୍ଦିରର ଉଦଘାଟନ ନ୍ୟାୟ ଏବଂ ଧର୍ମନିରପେକ୍ଷତାର ହତ୍ୟା ବୋଲି କହିଛି ଏଆଇଏମପିଏଲବି । ଏହାଛଡ଼ା ବୋର୍ଡ ସବୁ ମୁସଲିମଙ୍କୁ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ [...]
Odiaକଂଗ୍ରେସର ଅଭିଯୋଗ, ମିଲିନ୍ଦ ଦେଓରାଙ୍କ ଇସ୍ତଫା ସମୟ ମୋଦୀ ସ୍ଥିର କରିଥିଲେ
ନୂଆଦିଲ୍ଲୀ: କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ରବିବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା ଦଳରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଏବେ ଅଭିଯୋଗ କରିଛି ଯେ ଦେଓରାଙ୍କ ଇସ୍ତଫା ସମୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିର କରିଥିଲେ । ଯାହା ଫଳରେ ଗଣମାଧ୍ୟମରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଚର୍ଚ୍ଚାରୁ ଧ୍ୟାନ ହଟାଯାଇ ପାରିବ। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଦାବି କରିଛନ୍ତି, ସେ ଗତ ଶୁକ୍ରବାର [...]
