Odiaଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆଜି ପରିଚାଳନା କମିଟି ବୈଠକ
ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପକରେ ଆଲୋଚନା ହେବ । ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୬୦ଟି ଶ୍ରୀଜଗନ୍ନାଥ ବସରେ ଲୋକଙ୍କୁ କାର୍ଯ୍ୟକ୍ରମକୁ ଅଣାଯିବ । କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ [...]
Odia୫-ଟି ସ୍କୁଲ ରୂପାନ୍ତରଣ : ଆଜି ପାଞ୍ଚ ଜିଲ୍ଲାର ୩୮୯ ହାଇସ୍କୁଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର-ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୮୯ଟି ରୂପାନ୍ତରିତ ହାଇସ୍କୁଲର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାର୍ପଣ ହେବାକୁ ଥିବା ହାଇସ୍କୁଲ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୪୯ଟି ହାଇସ୍କୁଲ ରହିଛି । କେନ୍ଦ୍ରାପଡା ଜିଲ୍ଲାର ୧୧୨, ବରଗଡ଼ ଜିଲ୍ଲାର ୬୦ , ଜଗତସିଂହପୁର ଜିଲ୍ଲାର ୫୭ ଓ ଝାରସୁଗୁଡ଼ା ଜିଲ୍ଲାର ୧୧ଟି ରୂପାନ୍ତରିତ ହାଇସ୍କୁଲ ଆଜି ଲୋକାର୍ପିତ ହେବ ।
Odiaଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବିଚ୍ ଫେଷ୍ଟ
ଛତ୍ରପୁର: ଚଳିତ ମାସ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଜନଗହଳିରେ କମ୍ପି ଉଠିବ ଗୋପାଳପୁର ବେଳାଭୂମି। ସମୁଦ୍ର ଉପକୂଳରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ଯାବତୀୟ ସାମଗ୍ରୀର କିଣାବିକା ସାଙ୍ଗକୁ ପର୍ଯ୍ୟଟକଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇ ଉଠିବ ଗୋପାଳପୁର ସମୁଦ୍ର ତଟ। ଚାରିଦିନିଆ ବେଳାଭୂମି ମହୋତ୍ସବ ସାଙ୍ଗକୁ ପଲ୍ଲିଶ୍ରୀ ମେଳା ଦେଖଣାହାରୀଙ୍କୁ ଆକୃଷ୍ଟ କରିବ। ରାଜ୍ୟ ଏବଂ ରାଜ୍ୟ ବାହାର ଲୋକକଳା ପ୍ରଦର୍ଶିତ ହେବ। ଗତଥର ଯେଉଁ ଢାଞ୍ଚାରେ ବେଳାଭୂମି ମହୋତ୍ସବର ଆୟୋଜନ କରାଯାଇଥିଲା ଚଳିତବର୍ଷ ମଧ୍ୟ ସମାନ [...]
Odiaଶରଣ ଶ୍ରୀକ୍ଷେତ୍ର ମାରଦା
ଗଜପତି ମହାରାଜ ଶ୍ରୀ ରାମଚନ୍ଦ୍ରଦେବ ୨ୟଙ୍କ ଶାସନ କାଳରେ , ମୁଘଲ ସେନାପତି ତକି ଖାଁ ଆକ୍ରମଣ କରିଥିଲା ୧୭୩୨ ଖ୍ରୀଷ୍ଟାବ୍ଦରେ ।ଏହି ସମୟରେ ସେବକମାନଙ୍କ ସହଯୋଗ ରେ ଗଜପତି ମହାରାଜ ମହାପ୍ରଭୁଙ୍କୁ ଚିଲିକା ମଧ୍ୟରେ ଥିବା ନିଇରି ଗ୍ରାମ କୁ ସ୍ଥାନାନ୍ତର କରିବାକୁ ପଡିଥିଲା । ଏହି ସ୍ଥାନରେ କିଛି ଦିନ ଅବସ୍ଥାନ କରିବା ପରେ ବିପଦ ଆଶଙ୍କା କରି ପୁନଃ ଗଂଜାମ ର ମାରଦା ଅଞ୍ଚଳ ରେ ଥିବା ଘଞ୍ଚ ଅରଣ୍ୟ ମଧ୍ୟକୁ ନେଇଥିଲେ [...]
ଦକ୍ଷତା ବିକାଶ ଏବଂ ଉଚ୍ଚ ଶିକ୍ଷା ବିଭାଗର ନିଯୁକ୍ତି ପର୍ବ : ୫୧୨ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Odiaଦକ୍ଷତା ବିକାଶ ଏବଂ ଉଚ୍ଚ ଶିକ୍ଷା ବିଭାଗର ନିଯୁକ୍ତି ପର୍ବ : ୫୧୨ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ୫୧୨ ନୂଆ ସହକାରୀ ପ୍ରଫେସର, ସହକାରୀ ଟ୍ରେନିଂ ଅଫିସର, କନିଷ୍ଠ ସହକାରୀ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚଶିକ୍ଷା ବିଭାଗରେ ୧୫୮ ଜଣ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ମିଳିଥିବା ବେଳେ ୧୯୪ ଜଣ ସହକାରୀ ତାଲିମ ଅଧିକାରୀ,୧୫୦ ଜଣ କନିଷ୍ଠ ସହାୟକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ନିଯୁକ୍ତି ଦିଆଯାଇଛି। ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ [...]
Odiaପୂର୍ବତନ ସାଂସଦ ତଥା ବିଧାୟକ ସୁଶ୍ରୀ ଦେବୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର – ପୂର୍ବତନ ସାଂସଦ ତଥା ବିଧାୟକ ସୁଶ୍ରୀ ଦେବୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନପ୍ରତିନିଧି ଭାବେ ଲୋକଙ୍କ ସେବା ଓ ଉନ୍ନତିରେ ସୁଶ୍ରୀ ଦେବୀଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ବୋଲି ଶୋକବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଆଳିର ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କ ଆଜି ୭୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିଲା। [...]
Odiaଷ୍ଟାଇପେଣ୍ଡ୍ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ନର୍ସିଂ ଓ ପାରା ମେଡିକାଲ ଛାତ୍ରଛାତ୍ରୀ
ଭୁବନେଶ୍ବର – ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାୟ ୪୦୦ରୁ ଅଧିକ ନର୍ସିଂ, ଫାର୍ମାସୀ ଓ ଆନୁସଂଗିକ ମେଡିକାଲ ଛାତ୍ରଛାତ୍ରୀ ଭେଟି ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଥିଲେ ଯେ ଆପଣମାନେ ଭଲ ପାଠ ପଢନ୍ତୁ, ଭଲ ଟ୍ରେନିଂ ନିଅନ୍ତୁ ଓ ଲୋକଙ୍କ ସେବା [...]
୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

Odia୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଖୋର୍ଦ୍ଧାର ହାଭେଳି ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହୋଇ କଲେଜ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ୫-ଟି ଅଧ୍ୟକ୍ଷ। କଠିନ ପରିଶ୍ରମ କରି ଆତ୍ମବିଶ୍ଵାସର [...]
Odiaମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ଆଳିର ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କ ଦେହାନ୍ତ
କଟକ – ଆଳିର ପୂର୍ବତନ ବିଧାୟିକା ଓ ପୂର୍ବତନ ରାଜ୍ୟସଭା ସଦସ୍ୟ ସୁଶ୍ରୀ ଦେବୀଙ୍କ ଦେହାନ୍ତ ହୋଇଯାଇଛି । ସେ ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ । ଆଜି କଟକ ସ୍ଥିତ ବାସଭବନରେ ୭୩ ବର୍ଷ ବୟସରେ ଆଖି ବୁଜିଛନ୍ତି ସୁଶ୍ରୀ ଦେବୀ । ୧୯୭୧ରେ ରାଜନୀତିରେ ପ୍ରବେଶ କରିଥିଲେ ସୁଶ୍ରୀ ଦେବୀ । ୧୯୯୦ରେ ତତ୍କାଳୀନ ଜନତା ଦଳ ଟିକେଟରେ ସେ ଦଶମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଆଳି ନିର୍ବାଚନ ମଣ୍ଡଳୀରୁ ସୁଶ୍ରୀ ଦେବୀ କଂଗ୍ରେସ [...]
Odiaଉଦ୍ଧବ ଠାକରେଙ୍କୁ ଝଟକା, ଏକନାଥ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା କହିଲେ ମହାରାଷ୍ଟ୍ର ବାଚସ୍ପତି
ମୁମ୍ବାଇ: ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ବିଦ୍ରୋହୀ ଶିବସେନା ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ବୁଧବାର ରାୟ ଶୁଣାଇଛନ୍ତି। ବାଚସ୍ପତି ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ଭାବେ ମାନ୍ୟତା ଦେଇଛନ୍ତି । ସେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଯୋଗ୍ୟତା ବଜାୟ ରଖିଛନ୍ତି । ମହାରାଷ୍ଟ୍ର ବାଚସ୍ପତିଙ୍କ ଏହି ନିଷ୍ପତ୍ତି ଉଦ୍ଧବ ଠାକରେ ଗୋଷ୍ଠୀ ପାଇଁ ଆଉ ଏକ ବଡ଼ ଝଟକା । ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଏହି ମାମଲାରେ ରାୟ ଶୁଣାଇବା [...]
