Odiaସଫଳ ଅସ୍ଥି ମଜ୍ଦା ପ୍ରତିରୋପଣ : ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଡାକ୍ତରମାନଙ୍କୁ ସିଏମଓଙ୍କ ଅଭିନନ୍ଦନ
ଭୁବନେଶ୍ୱର – କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଜଣେ ୧୯ ବର୍ଷିୟ ରକ୍ତ କର୍କଟ ରୋଗାକ୍ରାନ୍ତଙ୍କଠାରେ ପ୍ରଥମ ଥର ପାଇଁ ସଫଳତାର ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି । ଏହି ପ୍ରତିରୋପଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବି ମେଡିକାଲ କଲେଜ ଓ ହସପିଟାଲ ଏବଂ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିନନ୍ଦନ ଜଣାଇଛନ୍ତି। ଏହି ବ୍ୟୟବହୁଳ ଅସ୍ଥି ମଜ୍ଜା ପ୍ରତିରୋପଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶତ ପ୍ରତିଶତ ଖର୍ଚ୍ଚ ବହନ କରାଯାଇଛି । ଏହି ବ୍ୟୟବହୁଳ [...]
Odiaକୋଟିପତି ଏମଭିଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ
ଭୁବନେଶ୍ୱର – ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ପଞ୍ଚାନନଙ୍କ ଘର ସମେତ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ପଞ୍ଚାନନଙ୍କ ଆୟ ଠାରୁ ୨୯୩ ପ୍ରତିଶତ ଅଧିକ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ପଞ୍ଚାନନଙ୍କ ଭୁବନେଶ୍ୱରରେ ୨ଟି କୋଠା, ୩୧ଟି ପ୍ଲଟ, ୪ଟି ଗାଡ଼ି ଠାବ ହୋଇଛି। ଭୁବନେଶ୍ୱରରୁ ୩୧ଟି ପ୍ଲଟ ଠାବ [...]
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ଖଡ଼ଗେ, ସୋନିଆ; କଂଗ୍ରେସ କହିଲା ଏହା ବିଜେପି, ଆରଏସ୍ଏସ୍ କାର୍ଯ୍ୟକ୍ରମ

Odiaରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ଖଡ଼ଗେ, ସୋନିଆ; କଂଗ୍ରେସ କହିଲା ଏହା ବିଜେପି, ଆରଏସ୍ଏସ୍ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣ ସତ୍ତ୍ବେ ଏଥିରେ ଯୋଗଦେବାକୁ ମନା କରିଦେଇଛି କଂଗ୍ରେସ। କଂଗ୍ରେସ ଏହାକୁ ଏକ ବିଜେପି ଓ ଆରଏସ୍ଏସ୍ କାର୍ଯ୍ୟକ୍ରମ ବୋଲି କହିଛି । ତେଣୁ ଏହି କାର୍ଯ୍ୟକ୍ରମରେ ଦଳୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅଧୀର ରଞ୍ଜନ ଚୌଧୁରୀଙ୍କ ସହ କଂଗ୍ରେସର କେହି ବି ନେତା ଯୋଗଦେବେ ନାହିଁ। ରାଜନୈତିକ ଲାଭ ପାଇଁ ବିଜେପି ଦ୍ୱାରା ଏହି କାର୍ଯ୍ୟକ୍ରମ [...]
Odiaମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି – ମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ରୋଶନୀ ଓରଫ ଉଙ୍ଗି ମାଡଭି ନାମ୍ନୀ କୁଖ୍ୟାତ ମହିଳା ମାଓବାଦୀ ମାଲକାନଗିରି ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ଏସପି ନୀତେଶ ୱଧୱନି ଏହି ସୂଚନା ଦେଇଛନ୍ତି। ଉଙ୍ଗି ମାଡଭିଙ୍କ ଘର ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ । ସେ ୨୦୧୬ରେ ମାଓ ସଂଗଠନରେ ସାମିଲ ହୋଇଥିଲେ। ସଂଗଠନରେ ରହି ଛତିଶଗଡ଼ ଏବଂ ଓଡ଼ିଶାରେ ୨୧ରୁ ଅଧିକ ହିଂସାକାଣ୍ଡରେ ସାମିଲ ଥିଲେ। ଉଙ୍ଗିଙ୍କ ନାଁରେ ଓଡ଼ିଶା ସରକାର [...]
Odiaରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’କୁ ଅନୁମତି ଦେଲେନି ମଣିପୁର ସରକାର
ଇମ୍ଫାଲ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ପାଇଁ ଏକ ଗ୍ରାଉଣ୍ଡ ବ୍ୟବହାର କରିବାକୁ ମନା କରିଦେଇଛନ୍ତି ମଣିପୁର ସରକାର । ରାହୁଲଙ୍କ ନେତୃତ୍ବରେ ଏହି ଯାତ୍ରା ଜାନୁଆରୀ ୧୪ରୁ ପୂର୍ବ ଇମ୍ଫାଲର ପ୍ୟାଲେସ୍ ଗ୍ରାଉଣ୍ଡରୁ ଆରମ୍ଭ ହେବାର ଥିଲା । କିନ୍ତୁ ଏହି ଗ୍ରାଉଣ୍ଡ ବ୍ୟବହାର କରିବାକୁ ଅନୁମତି ଦେଇ ନାହାଁନ୍ତି ରାଜ୍ୟ ସରକାର । ମଣିପୁର କଂଗ୍ରେସ କମିଟି ସଭାପତି ତଥା ବରିଷ୍ଠ କଂଗ୍ରେସ ବିଧାୟକ କେ ମେଘଚନ୍ଦ୍ର କହିଛନ୍ତି, [...]
Odiaଚାକିରି ନାଁରେ ଲୋକଙ୍କୁ ଠକେଇ : ୩ ଆନ୍ତଃରାଜ୍ୟ ଠକଙ୍କୁ ଧରିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ
ଭୁବନେଶ୍ୱର – ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା -ଇଓଡବ୍ଲୁ ଆଉ ଏକ ବଡ଼ ଆନ୍ତଃରାଜ୍ୟ ଠକ ଦଳକୁ ଧରିବାରେ ସଫଳ ହୋଇଛି। ଭୁବନେଶ୍ୱରରୁ ଇଓଡବ୍ଲୁ ୩ ଜଣ ଠକଙ୍କୁ ଗିରଫ କରିଛି। ଏମାନେ ଚାକିରି ଦେବା ନାଆଁରେ ଲୋକଙ୍କୁ ଠକୁଥିଲେ ବୋଲି ସୂଚନା ମିଳିଛି । ସେମାନେ ପ୍ୟାନ୍ ଇଣ୍ଡିଆ ନାମରେ ଏକ ଜାଲ୍ ଜବ୍ ରାକେଟ ଚଲାଉଥିଲେ । ମଧ୍ୟପ୍ରଦେଶ, ଜାମ୍ମୁ ଏବଂ କଶ୍ମୀର, ଗୁଜୁରାଟ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ଏହି ଠକମାନେ [...]
Odiaପରିକ୍ରମା ପ୍ରକଳ୍ପ ପାଇଁ ପୁରୀକୁ ଗଡିବ ‘ଶ୍ରୀଜଗନ୍ନାଥ ବସ୍’
ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀକୁ ଗଡ଼ିବ ସ୍ୱତନ୍ତ୍ର ବସ୍ । ‘ଶ୍ରୀଜଗନ୍ନାଥ’ ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ଦେଖିବାକୁ ପୁରୀ ଆସିବେ ଶ୍ରଦ୍ଧାଳୁ। ୬୦ଟି ‘ଶ୍ରୀଜଗନ୍ନାଥ’ ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ପୁରୀକୁ ଆସିବେ। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ବସର ଶୁଭାରମ୍ଭ କରିବେ ବୋଲିଶମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପ୍ରଶାସନ [...]
Odiaଜଗତସିଂହପୁର ଜିଲ୍ଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ଓ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ
ଭୁବନେଶ୍ବର – ଜଗତସିଂହପୁର ଜିଲ୍ଲା ବିଜେଡି ପାଇଁ ସହ ପର୍ଯ୍ୟବେକ୍ଷକ ଓ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଗିରୀଶ ଚନ୍ଦ୍ର ଦାସଙ୍କୁ ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିବା ବେଳ ମୀନକେତନ ଅମାତଙ୍କୁ ବାଲିକୁଦା, ମନୋଜ ନାୟକଙ୍କୁ ଜଗତସିଂହପୁର ଦାୟିତ୍ୱ ଦେଇଛି ବିଜେଡି। ସେହପରି ସୋଲାର ମିଶ୍ର ତିର୍ତ୍ତୋଲ ଓ ସନ୍ତୋଷ ବେଜଙ୍କୁ ପାରାଦୀପ ପର୍ଯ୍ୟବେକ୍ଷକ ଦିଆଯାଇଛି। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।
ଅଯୋଧ୍ୟା ରାମ ମନ୍ଦିରର ରାଜନୀତିକରଣକୁ ବିରୋଧ, ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ ଚାରି ଶଙ୍କରାଚାର୍ଯ୍ୟ

Odiaଅଯୋଧ୍ୟା ରାମ ମନ୍ଦିରର ରାଜନୀତିକରଣକୁ ବିରୋଧ, ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ ଚାରି ଶଙ୍କରାଚାର୍ଯ୍ୟ
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜାନୁଆରୀ ୨୨ରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଜମାନ ଭାବେ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିବେ। ତେବେ ହିନ୍ଦୁ ଧର୍ମର ସର୍ବୋଚ୍ଚ ଗୁରୁ ତଥା ଚାରି ପୀଠର ଶଙ୍କରାଚାର୍ଯ୍ୟ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ । ରାମ ମନ୍ଦିରର ରାଜନୀତିକରଣ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତିି [...]
Odiaସିଧା ପ୍ରସାରଣ ଚାଲିଥିବା ବେଳେ ଟିଭି ଷ୍ଟୁଡିଓରେ ପଶିଲେ ବନ୍ଧୁକଧାରୀ, ଭିଡ଼ିଓ ଭାଇରାଲ
ଗୁଆୟାକିଲ: ସିଧା ପ୍ରସାରଣ ଚାଲିଥିବା ବେଳେ ହଠାତ୍ ଟିଭି ଷ୍ଟୁଡିଓରେ ପଶିଲେ ମୁଖାପିନ୍ଧା ବନ୍ଧୁକଧାରୀ । ଇକ୍ବେଡରର ଗୁଆୟାକିଲରେ ଘଟିଛି ଏଭଳି ଘଟଣା। ବନ୍ଧୁକଧାରୀ ପଶି ଆସିବା ପରେ ଷ୍ଟୁଡିଓରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା | ବନ୍ଧୁକଧାରୀମାନେ ଉପସ୍ଥିତ ସାମ୍ବାଦିକ ଏବଂ କର୍ମଚାରୀମାନଙ୍କୁ ଷ୍ଟୁଡିଓରେ ପଣବନ୍ଦୀ ରଖିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପିସ୍ତଲ ଓ ଡାଇନାମାଇଟ୍ ପରି ଦେଖାଯାଉଥିବା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କିଛି ମୁଖାପିନ୍ଧା ଲୋକ ଗୁଆୟାକିଲରେ [...]
